ସମ୍ବଲପୁର: ବେଆଇନ ପଲିଥିନ ଉଦ୍ୟୋଗରେ ଚଢ଼ାଉ କଲା ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ଚଢ଼ାଉ ବେଳେ 4 କ୍ୱିଣ୍ଟାଲ୍ ପଲିଥିନ ଜବତ କରିବା ସହ 25 ହଜାର ଫାଇନ୍ କରାଯାଇଛି । ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ମହାନଗର ନିଗମ ପକ୍ଷରୁ ପଲିଥିନ ବ୍ୟବହାର ହେଉଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ଫଳରେ ବହୁ ପରିମାଣରେ ପଲିଥିନ ଜବତ କରାଯିବା ସହ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ।
ବିଶେଷ କରି ସହରର ଗୋଲବଜାରସ୍ଥିତ ପ୍ଲାଷ୍ଟିକ୍ ସାମଗ୍ରୀ ଉଦ୍ୟୋଗରେ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଚଢାଉ କରାଯାଇଥିଲା । ଏହି ପ୍ଲାଷ୍ଟିକ୍ ସାମଗ୍ରୀ ଦୋକାନରେ ବେଆଇନ ଭାବରେ ପଲିଥିନ ବ୍ୟବହୃତ ହେଉଥିବ ଅଭିଯୋଗ ହୋଇଥିଲା । ଏହାପରେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଚଢ଼ାଉ କରିଛି । ଚଡାଉ ସମୟରେ ଏଠାରୁ ୪ କ୍ୱିଣ୍ଟାଲ୍ ପଲିଥିନ ଜବତ କରିଛି ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ତା ସହିତ ପ୍ଲାଷ୍ଟିକ୍ ସାମଗ୍ରୀ ଉଦ୍ୟୋଗ ମାଲିକ ଆଶିଷ ଅଗ୍ରଓ୍ବାଲଙ୍କୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୨୫ ହଜାର ଟଙ୍କା ଫାଇନ୍ କରାଯାଇଛି ।
ଦୀର୍ଘ ୨ ବର୍ଷ ହେବ ଏଠାରେ ବେଆଇନ ଭାବେ ପଲିଥିନ୍ ଖଲି, ଦନା ଓ ପ୍ଲାଷ୍ଟିକ ଗ୍ଲାସ ତିଆରି ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ସମ୍ବଲପୁର ମହାନଗର ନିଗମ ଏନ୍ଫୋର୍ସମେଣ୍ଟ ଟିମ୍ ଆଜି ଏହି ଚଢ଼ାଉ କରିଥିବା କଥା କହିଛି ।
ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ