ଭୁବନେଶ୍ବର: ଏଏନଏମ ଆନ୍ଦୋଳନକୁ ନେଇ ଗୃହରେ ବିବୃତ୍ତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆନ୍ଦୋଳନ କରୁଥିବା ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି କହିଲେ ମନ୍ତ୍ରୀ ।
ଏହା ସହ 1099ଟି ଏଏନଏମ ପଦବୀ ଖାଲି ପଡିଥିବା ଗୃହକୁ ଜଣାଇଲେ ମନ୍ତ୍ରୀ । ସେହିପରି କୋରୋନା ସମୟରେ ଏଏନଏମ ମାନଙ୍କୁ ସର୍ତ୍ତାବଳୀ ଅନୁସାରେ ନିଯୁକ୍ତି ଦିଆଯାଇଥିବା କହିଲେ ମନ୍ତ୍ରୀ ନବ କିଶୋର ଦାସ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ