ETV Bharat / city

ଜୁନ 30 ସୁଦ୍ଧା କେନ୍ଦ୍ରକୁ ରାଜ୍ୟ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଉ: କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

author img

By

Published : May 29, 2022, 10:57 AM IST

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ସମ୍ବଲପୁର ଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (CAC)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

"ଜୁନ 30 ଭିତରେ କେନ୍ଦ୍ରକୁ ରାଜ୍ୟ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଉ"କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ସମ୍ବଲପୁର ଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (CAC)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରେ ଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘର ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

ବୈଠକରେ ପଶ୍ଚିମ ଓଡିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଚିଠି ଅନୁସାରେ ମୁଖ୍ୟମନ୍ତ୍ରୀ ଆସନ୍ତା ଜୁନ ୩୦ ତାରିଖ ସୁଦ୍ଧା ରାଜ୍ୟ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ଏନେଇ ଏକ ସମ୍ପୂର୍ଣ୍ଣ ତଥ୍ୟ ସମ୍ଵଳିତ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ବୋଲି କମିଟି ଦାବି କରିଛି ।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅବହେଳା କଲେ ଅଥବା ଚୁପ ରହିଲେ ଆସନ୍ତା ଜୁଲାଇ ୮ ତାରିଖରେ CAC ଅଧୀନସ୍ଥ ସବୁ ଓକିଲ ସଙ୍ଘ ନିଜ ଅଞ୍ଚଳରେ ତହସିଲଦାର, ଉପଜିଲ୍ଲାପାଳ,ଜିଲ୍ଲାପାଳ ଓ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ସଂକଳ୍ପ ଦିବସ ପାଳନ କରିବେ ଓ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି ।

ଏହା ସହ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠା ନକରିବାକୁ ହାଇକୋର୍ଟ ଓକିଲ ସଙ୍ଘ ଯେଉଁ ପ୍ରସ୍ତାବ ଗୃହୀତ କରିଛି ତାହାକୁ ନିନ୍ଦା କରିଛି CAC । ଏଥିପାଇଁ ଏହି ପ୍ରସଙ୍ଗରେ ହାଇକୋର୍ଟ ଓକିଲ ସଙ୍ଘ ପୁନର୍ବିଚାର କରୁ ବୋଲି CAC କହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.