ETV Bharat / city

ମାଇକ୍ରୋ ଫାଇନାନ୍ସ କମ୍ପାନୀକୁ ଋଣ ଫେରସ୍ତ ପାଇଁ 6 ମାସ ଅଧିକ ସମୟ ପ୍ରଦାନ କାରିବାକୁ ଦାବି

author img

By

Published : Aug 21, 2020, 8:39 PM IST

ରାଉରକେଲା ସହିତ ଆଖ ପାଖ ଅଞ୍ଚଳରେ ମହିଳା ଏସଏଚଜି ମାନଙ୍କୁ ଋଣ ଆଦାୟ ପାଇଁ ଭାରତ ମଇକ୍ରୋ ଫାଇନାନ୍ସ ଏସକେଏସ କମ୍ପାନୀ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଋଣ ଫେରସ୍ତ କରିବା ପାଇଁ 6 ମାସ ଅଧିକ ସମୟ ପ୍ରଦାନ କାରିବାକୁ ଦାବି କରାଯାଇଛି ।

ମଇକ୍ରୋ ଫାଇନାନ୍ସ କମ୍ପାନୀକୁ ଋଣ ଫେରସ୍ତ ପାଇଁ 6 ମାସ ଅଧିକ ସମୟ ପ୍ରଦାନ କାରିବାକୁ ଦାବି

ରାଉରକେଲା: ଆଜିକାଲି ବହୁ ଘରୋଇ ଫାଇନାନ୍ସ କମ୍ପାନୀ ବିଭିନ୍ନ ଗ୍ରୁପ ଗଠନ କରି ଲୋକଙ୍କୁ ଋଣ ପ୍ରଦାନ କରି ଭଲ ଲାଭବାନ ହେଉଛନ୍ତି । ତେଣୁ ଦିନକୁ ଦିନ ଅନେକ ନୂଆ ନୂଆ ସଂସ୍ଥା ଏହି ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ହେଲେ ଘରୋଇ ଫାଇନାନ୍ସ କମ୍ପାନୀ ଦାଦାଗିରି ଦେଖାଇ ଋଣ ଆଦାୟ କରୁଛନ୍ତି । ରାଉରକେଲା ସହିତ ଆଖ ପାଖ ଅଞ୍ଚଳରେ ମହିଳା ଏସଏଚଜି ମାନଙ୍କୁ ଋଣ ଆଦାୟ ପାଇଁ ଭାରତ ମଇକ୍ରୋ ଫାଇନାନ୍ସ ଏସକେଏସ କମ୍ପାନୀ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ମହିଳାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଥିବା ଅଭିଯୋଗ ହୋଇଛି ।

ଗତ ମାର୍ଚ୍ଚ ମାସରେ କୋରୋନା ମହାମାରୀ ଯୋଗୁଁ ଲକଡାଉନ ଘୋଷଣା ହୋଇଥିଲା । ଏପରି ପରିସ୍ଥିତିରେ ଋଣର କିସ୍ତି ବାନ୍ଧିବା ସମସ୍ତଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ତେଣୁ ଋଣ ଶୁଝିବା ସମ୍ଭବ ନୁହେଁ । ଏଭଳି ସ୍ଥିତିରେ ଫାଇନାନ୍ସ କମ୍ପାନୀକୁ ସରକାର ୩ମାସ ଋଣ ଆଦାୟ କରିବାକୁ ମନାକରି ଥିବାବେଳେ କମ୍ପାନୀ କିନ୍ତୁ ଶୁଣିବାକୁ ନାରାଜ । ଏନେଇ ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ବରେ ବହୁତ ସଂଖ୍ୟାକ କଂଗ୍ରେସ କର୍ମୀ ତଥା ଏସଏଚଜି ମହିଳା ମାନେ ଏଡିଏମ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଋଣ ଫେରସ୍ତ କରିବା ପାଇଁ 6 ମାସ ଅଧିକ ସମୟ ପ୍ରଦାନ କାରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.