ETV Bharat / city

କୋରୋନା ଭାଇରସ: ରାଉରକେଲା ସହର ଲକ୍‌ଡାଉନ ଘୋଷଣା

ମହାମାରୀ କୋରୋନା ଭାଇରସରୁ ବର୍ତ୍ତିବା ପାଇଁ ଇସ୍ପାତସହର ରାଉରକେଲାକୁ ପ୍ରାୟ ସଂପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚ(ରବିବାର) ସକାଳ ୭.00ଟାରୁ 29 ମାର୍ଚ୍ଚ ରାତି 9.00ଟା ପର୍ଯ୍ୟନ୍ତ ରାଉରକେଲା ସହର ଲକ୍‌ଡାଉନ ରହିବ । ଅଧିକ ପଢନ୍ତୁ...

Rourkela city lockdown
କୋରୋନା ଭାଇରସ: ରାଉରକେଲା ସହର ଲକ୍‌ଡାଉନ ଘୋଷଣା
author img

By

Published : Mar 22, 2020, 10:47 AM IST

ରାଉରକେଲା: କରୋନା ଭାଇରସକୁ ମୁକାବିଲା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ଓଡିଶା ସରକାର । ରାଜ୍ୟରେ 2ଜଣ କୋରୋନା ରୋଗୀ ଚିହ୍ନ ହେବା ସହ ଚିକିତ୍ସିତ ଅଛନ୍ତି । ମହାମାରୀ କୋରୋନା ଭାଇରସ କବଳରୁ ବର୍ତ୍ତିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ପଦକ୍ଷେପ ନେଇଛନ୍ତି । ଗତକାଲି 5ଟି ଜିଲ୍ଲା ସହ ରାଜ୍ୟର ପ୍ରମୁଖ ସହରକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲା । ଆଜି ରାଜ୍ୟର ଆଉ କିଛି ସହରକୁ ଲକ୍‌ଡାଉନ ପାଇଁ ନିଷ୍ପତ୍ତି ହୋଇଛି । ଇସ୍ପାତ ସହର ରାଉରକେଲାକୁ ପ୍ରାୟ ସଂପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚ(ରବିବାର) ସକାଳ ୭.00ଟାରୁ 29 ମାର୍ଚ୍ଚ ରାତି 9.00ଟା ପର୍ଯ୍ୟନ୍ତ ରାଉରକେଲା ସହର ଲକ୍‌ଡାଉନ ରହିବ ।

ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ତେବେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଜରୁରୀ କାର୍ଯ୍ୟକୁ ଖୋଲା ରଖାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇପାରିବେ । ଏହି ସମୟରେ କେବଳ ବସ୍, ଟ୍ରେନ୍ ଓ ବିମାନ ସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ୍ ପମ୍ପ ଏବଂ ଔଷଧ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ ମଧ୍ୟ ଖୋଲା ରହିବ । ରାଉରକେଲାରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମୁନିସିପାଲ୍ ସେବା, ପୋଲିସ୍, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ । ମାତ୍ର ସାମାଜିକ ସୁରକ୍ଷା, ପେନ୍‌ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀ ବିତରଣ କାର୍ଯ୍ୟ ସ୍ଥଗିତ ରଖାଯାଇଛି ।

ରାଉରକେଲାରେ ଥିବା ସମସ୍ତ ଧାର୍ମିକ ସ୍ଥଳ ଗୁଡିକରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ । ଡାକ୍ତରଖାନା, ରେଳଷ୍ଟେସନ୍ ଓ ବସଷ୍ଟାଣ୍ଡକୁ ଯିବା ଆସିବା କରିବା ଲାଗି ହିଁ କେବଳ ପବ୍ଲିକ ଟ୍ରାନ୍ସପୋର୍ଟ, ଟାକ୍ସି, ଅଟୋରିକ୍ସା ଚଳାଚଳ କରିବ । ଏହାବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ସହର ମଧ୍ୟରେ ପବ୍ଲିକ ଟ୍ରାନ୍ସପୋର୍ଟ, ଟାକ୍ସି, ଅଟୋରିକ୍ସା ଚଳାଚଳ କରିବ ନାହିଁ । କୋଭିଡ୍ - 19 କୁ ନିୟନ୍ତ୍ରଣ କରିବା ପାଇଁ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀଙ୍କୁ ଜରୁରୀକାଳୀନ ସେବାର ଅନ୍ତର୍ଭୁକ୍ତ କରାଯାଇଛି । ଲୋକଙ୍କ ବୃହତସ୍ବାର୍ଥକୁ ଦୃଷ୍ଟିପରେ ରଖି ଏହି କଟକଣା କରାଯାଇଛି । ଏହାକୁ ଯେଉଁମାନେ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଜଣାଇ ଦିଆଯାଇଛି ।

ପ୍ରତିଟି ଓଡ଼ିଶା ବାସୀଙ୍କ ଜୀବନ ସରକାରଙ୍କ ପାଇଁ ମୂଲ୍ୟବାନ । ସରକାରଙ୍କ ଏହି ନିଷ୍ପତ୍ତିରେ ସମସ୍ତେ ସହଯୋଗ ପାଇଁ କୁହା ଯାଇଛି। । ସରକାରଙ୍କ ପକ୍ଷରୁ ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଉଛି । ନିଜର, ନିଜ ପରିବାରର ଓ ବନ୍ଧୁ ମାନଙ୍କ ମଙ୍ଗଳ ପାଇଁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ସରକାର ଅନୁରୋଧ କରିଛନ୍ତି । ଘରେ ରହିଲେ ହିଁ ମହାମାରୀ କୋରୋନା ଭାଇରସ ବିରୋଧରେ ଚାଲିଥିବା ଏ ଯୁଦ୍ଧ ଆମେ ଜିତିପାରିବା ବୋଲି କୁହାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.