ETV Bharat / city

କାଠ ସହ ଅଟୋ ଜବତ, ଧୂଆଁ ଗିରଫ

ଚୋରା କାଠ ବୋଝେଇ ଅଟୋ(ଓଆର-14ଡବ୍ଲୁ 0748)ସହିତ ଲକ୍ଷାଧିକ ଟଙ୍କାର କାଠକୁ ବନ ବିଭାଗ ଜବତ କରିଥିଲା । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଗୋପବନ୍ଧୁପଲ୍ଲୀର ଭୋଲାନାଥ ସାହୁ ଓରଫ ଧୂଆଁକୁ ଗିରଫ କରାଯାଇଛି ।

author img

By

Published : Feb 7, 2019, 5:41 PM IST

ଚୋରା କାଠ ବୋଝେଇ ଅଟୋ

ରାଉରକେଲା: ବେଆଇନ କାଠ ଚାଲାଣବେଳେ ବନବିଭାଗର ଚଢାଉ । ଜବତ ହୋଇଛି ଚୋରା ଚାଲାଣ କାଠ ବୋଝେଇ ଅଟୋ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ବୁଧବାର ରାତିରେ ବିଶ୍ରା ବନ ରେଞ୍ଜର ଅଫିସରମାନେ ବେଆଇନ କାଠ ଚାଲାଣ ଖବର ପାଇ ବରସୁଆ-ବିଶ୍ରା ରାସ୍ତାରେ ଚଢାଉ କରିଥିଲେ । ଏହି ସମୟରେ ଚୋରା କାଠ ବୋଝେଇ ଅଟୋ(ଓଆର-14ଡବ୍ଲୁ 0748)ସହିତ ଲକ୍ଷାଧିକ ଟଙ୍କାର କାଠକୁ ବନ ବିଭାଗ ଜବତ କରିଥିଲା । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଗୋପବନ୍ଧୁପଲ୍ଲୀର ଭୋଲାନାଥ ସାହୁ ଓରଫ ଧୂଆଁକୁ ଗିରଫ କରାଯାଇଛି ।

ବିଶ୍ରା ବନ ରେଞ୍ଜର ବହୁତ ଅଞ୍ଚଳ ଝାଡଖଣ୍ଡର ସରଣ୍ଡା ଜଙ୍ଗଲକୁ ଲାଗି ରହିଛି । ଏହାର ସୁଯୋଗ ନେଇ କାଠ ମାଫିଆମାନେ ଏହି ବାଟ ଦେଇ ଚୋରାରେ କାଠ ବୋହିନିଅନ୍ତି । ଓଡ଼ିଶା ଓ ପଡୋଶୀ ରାଜ୍ୟ ଝାଡଖଣ୍ଡର କାଠ ମାଫିଆ ଏହି ଅଞ୍ଚଳରେ ଅଧିକ ସକ୍ରିୟ ରହୁଥିବା ସୂଚନା ମିଳିଛି । ଓଆର-14ଡବ୍ଲୁ 0748

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଭି ଭାରତ

Intro:Body:

ବଜାର ନାହିଁ, ଉଠା ଦୋକାନୀଙ୍କ ପାଇଁ ଜନଯାତ୍ରା ପ୍ରଭାବିତ 

ସମ୍ବଲପୁର: ସ୍ମାର୍ଟ ହେଉଛି ସହର । ଅନେକ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ହେଉଛି ଯୋଜନା । ସମୟ ସହ ତାଳ ଦେଇ ବଦଳୁଛି ସହର । ହେଲେ ତିଆରି ହୋଇପାରିଲାନି ଦ୍ବିତୀୟ ଗୋଲବଜାର । ଫଳରେ ଗଳିକନ୍ଦି, ରାସ୍ତା ଚାରିଆଡେ ପସରା ମେଲାଇଛନ୍ତି ଉଠା ଦୋକାନୀ । ଆଉ ଏମାନଙ୍କ ପାଇଁ ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା ।

ସମୟରେ ସୁଅରେ ଆଗେଇ ଚାଲିଛି ସହର । ବଢୁଛି ଜନସଂଖ୍ୟା, ତା ସାଙ୍ଗକୁ ବଢିଛୁ କୋଠାବାଡି ଓ ଯାନବାହନ । ହେଲେ ଏଯାଏ ସହରରେ ହୋଇପାରିଲାନି ଦ୍ବିତୀୟ ଗୋଲବଜାର । 60 ବର୍ଷର ପୁରୁଣା ମାର୍କେଟ ହେଉଛି ଗୋଲବଜାର । ମଧ୍ୟବିତ୍ତ ଶ୍ରେଣୀର ଲୋକ ଓ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ବଜାରର ଠିକଣା ବହୁ ପୁରୁଣା ।

(ଭିଓ2) ଏହି ମାର୍କେଟରେ ଉପଲବ୍ଧ ସମସ୍ତ ସାମଗ୍ରୀ । ତେଣୁ ଏହା ଉପରେ ନିର୍ଭରଶୀଳ ପୁରା ସହର । କିନ୍ତୁ ସହରରେ ଏପରି ଆଉ ବଜାର ନଥିବାରୁ ଗଳି କନ୍ଦିରେ ପସରା ମେଳାଉଛନ୍ତି ଉଠା ଦୋକାନୀ ଓ ଆମିଷ ବ୍ୟବସାୟୀ । ଫଳରେ ଦେଖାଯାଉଛି ଟ୍ରାଫିକ ସମସ୍ୟା । କିନ୍ତୁ ଏନେଇ ମହାନଗର ନିଗମର କମିଶନର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ।

(ଫାଭିଓ) ଜିଲ୍ଲା ପ୍ରଶାସନ ଓ ଉଠା ଦୋକାନୀ ସଂଘ ଏହି ସମସ୍ୟାର ସମାଧାନ ପାଇଁ ଆଗକୁ ମିଳିତ ଭାବେ କୌଣସି ପଦକ୍ଷେପ ନନେଲେ ଆଗକୁ ସ୍ଥିତି ଆହୁରି ବିଗିଡିବ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.