ETV Bharat / city

ପ୍ଲାଣ୍ଟ ସାଇଟରୁ ଅପହରଣ ଘଟଣା; ମଧ୍ୟପ୍ରଦେଶରୁ ନାବାଳିକା ଉଦ୍ଧାର

author img

By

Published : Jan 31, 2021, 10:45 AM IST

ରାଉରକେଲା ପ୍ଲାଣ୍ଟ ସାଇଟରୁ ଅପହରଣ ହୋଇଥିବା ନାବାଳିକା ମଧ୍ୟପ୍ରଦେଶରୁ ଉଦ୍ଧାର । ମଧ୍ୟପ୍ରଦେଶ ଅନପୁର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ପ୍ଲାଣ୍ଟ ସାଇଟରୁ ଅପହରଣ ଘଟଣା
ପ୍ଲାଣ୍ଟ ସାଇଟରୁ ଅପହରଣ ଘଟଣା

ରାଉରକେଲା: ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାର ପର୍ଦ୍ଦାଫାଶ । ମଧ୍ୟପ୍ରଦେଶ ଅନପୁର ରେଳ ଷ୍ଟେସନରୁ ଉଦ୍ଧାର ହେଲା ଅପହୃତା ନାବାଳିକା । ନାବାଳିକାକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିବାବେଳେ ଅପହରଣକାରୀ ମହିଳାକୁ ଗିରଫ କରାଯାଇଛି ।

ଗତ 28 ତାରିଖରେ ସେକ୍ଟର-21 ନିକଟ ନୟାବଜାର ଅଞ୍ଚଳରୁ ଜଣେ 14 ବର୍ଷର ବୟସର ନାବାଳିକା ଅପହରଣ ହୋଇଯାଇଥିଲେ । ଏନେଇ ନାବାଳିକାର ବଡ ଭଉଣୀ ପ୍ଲାଣ୍ଟ ସାଇଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ନାବାଳିକାର ଅନୁସନ୍ଧାନରେ ଲାଗି ପଡିଥିଲା ।

ପ୍ଲାଣ୍ଟ ସାଇଟରୁ ଅପହରଣ ଘଟଣା

ପୋଲିସ ପ୍ରାଥମିକ ତଦନ୍ତ ଅନୁସାରେ, ନାବାଳିକାକୁ କେହି ଉତ୍କଳ ଏକ୍ସପ୍ରେସରେ ନୂଆଦିଲ୍ଲୀ ଚାଲାଣ କରୁଥିବା ଜାଣିବାକୁ ପାଇଥିଲା । ଏନେଇ ପ୍ଲାଣ୍ଟ ସାଇଟ ପୋଲିସ ରାଉରକେଲା ରେଳବାଇ ପୋଲିସକୁ ସୂଚନା ଦେଇଥିଲା । ରାଉରକେଲା ରେଳବାଇ ପୋଲିସ ଜାମସେଦପୁର ରେଳବାଇ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିଥିଲା । ରେଳବାଇ ପୋଲିସର ଏକ ସ୍ପେଶାଲ ସ୍କ୍ବାର୍ଡ ତନାଘନା କରି ମଧ୍ୟପ୍ରଦେଶର ଅନୁପୁର ସ୍ଥିତ ରେଳ ଷ୍ଟେସନ ନିକଟରେ ଟ୍ରେନ ମଧ୍ୟରୁ ନାବାଳିକାକୁ ଉଦ୍ଧାର କରି ପ୍ଲାଣ୍ଟ ସାଇଟ ପୋଲିସକୁ ସୂଚନା ଦେଇଥିଲା ।

ପ୍ଲାଣ୍ଟ ସାଇଟ ପୋଲିସ ମଧ୍ୟପ୍ରଦେଶର ଅନୁପୁର ରେଳଷ୍ଟେସନରେ ପହଞ୍ଚି ରେଳବାଇ ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ନାବାଳିକାକୁ ରାଉରକେଲା ଆଣିଥିଲା ।ପୋଲିସ ନାବାଳିକାର ଡାକ୍ତରୀ ପରୀକ୍ଷା ନୀରିକ୍ଷା କରି ରାଉରକେଲା ସିଡବ୍ଲୁସିକୁ ହସ୍ତାନ୍ତର କରିଛି ।

ସେପଟେ, ମହିଳା ଅଭିଯୁକ୍ତ ଗୁରୁବାରୀ ପୂର୍ତ୍ତୀକୁ ଗିରଫ କରି କୋର୍ଟ ଚାଲାଣ କରିଖି ପୋଲିସ । ଅଭିଯୁକ୍ତ ମହିଳାର ଘର ରାଉରକେଲା ନୟାବାଜର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.