ETV Bharat / city

143 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା, ପ୍ରତିବାଦରେ ରାସ୍ତାରୋକ

author img

By

Published : Nov 26, 2019, 8:50 PM IST

ରାଉରକେଲା 143 ନମ୍ବର ଜାତୀୟ ରାଜପଥର ଦେଓଗାଁ ଓ କାର୍ମେଲ ସ୍କୁଲ ଆଗରେ ପୃଥକ ପୃଥକ ଦୁଇଟି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ରାଉରକେଲାରେ ଦୁର୍ଘଟଣା
ରାଉରକେଲାରେ ଦୁର୍ଘଟଣା ପ୍ରତିବାଦରେ ରାସ୍ତାରୋକ

ରାଉରକେଲା: ମୋଟରଯାନ ଆଇନ ଯେଭଳି କଡାକଡି ହୋଇଛି ଏହାର ପ୍ରଭାବ ଦୁର୍ଘଟଣାରେ ବିଶେଷ ପଡିବା ପରି ମନେ ହେଉନାହିଁ । ସୋମବାର ଅପରାହ୍ଣରେ 143 ନମ୍ବର ଜାତୀୟ ରାଜପଥର ଦେଓଗାଁ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ 12 ଟା ବେଳେ ରାଉରକେଲା ନିକଟ ସେହି 143 ନମ୍ବର ଜାତୀୟ ରାଜପଥର କାର୍ମେଲ ସ୍କୁଲ ଆଗରେ ଟ୍ରକ ଧକ୍କାରେ ଆଉ ଜଣେ ଯୁବକର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି । ଏହି ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

143 ନମ୍ବର ଜାତିୟ ରାଜପଥରେ ବାରମ୍ବାର ଦୁର୍ଘଟଣା, ପ୍ରତିବାଦରେ ରାସ୍ତାରୋକ

ସୂଚନା ଅନୁସାରେ ହାଇୱେରେ ଗାଡିର ବେଗ ନିୟନ୍ତ୍ରଣ ଏବଂ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ 143 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଶହଶହ ଗାଡିକୁ ଅଟକାଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ପାଇ ରଘୁନାଥପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ମୋଟର ଯାନ ଆଇନ ଯେତେ କଡାକଡି ହୋଇଛି ଏହାର ପ୍ରଭାବ ଦୁର୍ଘଟଣାରେ ବିଶେଷ ପଡିବା ପରି ମନେ ହେଉନାହିଁ । ସୋମବାର ଅପରାହ୍ଣ ରେ ଟ୍ରକ ଧକ୍କାରେ ଜଣେ ଯୁବକ 143 ନମ୍ବର ଜାତୀୟ ରାଜପଥର ଦେଓଗାଁ ନିକଟରେ ମୃତ୍ୟୁ ବରଣ କରିଥିବା ବେଳେ ମଙ୍ଗଳବାର ଦିନ 12 ଟା ରେ ରାଉରକେଲା ନିକଟ ସେହି 143 ନମ୍ବର ଜାତିୟ ରାଜପଥ ର କାର୍ମେଲ ସ୍କୁଲ ଆଗରେ ଟ୍ରକ ଧକ୍କାରେ ଜଣେ ଯୁବକ ର ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହେବା ଘଟଣା କୁ ନେଇ ଉତ୍ତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଛି ।

Body:ଗାଡି ର ବେଗ highway ନିୟନ୍ତ୍ରଣ ଦାବି ଏବଂ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକମାନେ 143 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Conclusion:ଘଟଣା ସ୍ଥଳରେ ଉଭୟ ପକ୍ଷର ଶହ ଶହ ଗାଡି ଅଟକି ରହିଛି। ରଘୁନାଥପାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.