ରାଉରକେଲା: ଜେଏନୟୁ ଆକ୍ରମଣ ଘଟଣାକୁ ବିରୋଧ କରିଛି ରାଉରକେଲା ଛାତ୍ର କଂଗ୍ରେସ । ଯାହାର ପ୍ରତିବାଦରେ ଛାତ୍ର କଂଗ୍ରେସର କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆମ୍ବେଦକର ଛକ ନିକଟରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଜେଏନୟୁ ଛାତ୍ର ଆକ୍ରମଣ ପାଇଁ AVBPକୁ ଦାୟୀ କରିଥିଲା ଦଳ । ଏଥିସହ ଛାତ୍ରକଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ