ETV Bharat / city

ଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ଫଟୋ ଭାଇରାଲ ଘଟଣା, ଦଇତାପତି-ସଂସ୍କୃତି ଗବେଷକ ମୁହାଁମୁହିଁ

author img

By

Published : Jul 29, 2019, 7:33 PM IST

Updated : Jul 29, 2019, 7:39 PM IST

ଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ଫଟୋ ଭାଇରାଲ ଘଟଣାରେ ଦଇତାପତି-ସଂସ୍କୃତି ଗବେଷକ ମୁହାଁମୁହିଁ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏପରି କାର୍ଯ୍ୟକୁ ନିନ୍ଦା କରୁଥିବାବେଳେ ଦଇତାପତି ଏହା କୌଣସି ଭୁଲ ନୁହେଁ ବୋଲି କହିଛନ୍ତି ।

ଡିଜାଇନ ଫଟୋ

ପୁରୀ: ଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ଫଟୋ ଭାଇରାଲ ଘଟଣାରେ ଦଇତାପତି-ସଂସ୍କୃତି ଗବେଷକ ମୁହାଁମୁହିଁ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏପରି କାର୍ଯ୍ୟକୁ ନିନ୍ଦା କରୁଥିବାବେଳେ ଦଇତାପତି ଏହା କୌଣସି ଭୁଲ ନୁହେଁ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଦାସ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରର ରୀତିନୀତି ସ୍ବତନ୍ତ୍ର। ଏହା ବାହାରେ କୌଣସି ଜାଗାରେ କରିବା ଠିକ ନୁହେଁ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି।

ସେପଟେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ରଙ୍କ ଏହାକୁ ନେଇ ଭିନ୍ନ ମତ। ମହାପ୍ରଭୁଙ୍କ ସେବକମାନେ ତାଙ୍କ ଜଜମାନ୍‌ଙ୍କ ଘରକୁ ଯାଇ ଏଭଳି କରିଥାନ୍ତି । ତାହାବି ଅତ୍ୟନ୍ତ ନିଷ୍ଠାର ସହିତ। ଏଣୁ ଏହା ସେଭଳି ଭୁଲ କାର୍ଯ୍ୟ ବୋଲି କହିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ଗତକାଲି(ରବିବାର) ଠାରୁ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ସେବାପୂଜା କରୁଥିବା କିଛି ସେବକ ମହାପ୍ରଭୁଙ୍କ ଗୁପ୍ତ ସେବା ବାହାର ମନ୍ଦିରରେ କରୁଥିବା ଫଟୋ ଭାଇରାଲ ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଭାଇରଲ ଫୋଟୋBody:ଶ୍ରୀମନ୍ଦିର ରୀତିନୀତି ଓ ସେବାପୁଜା ସ୍ୱତନ୍ତ୍ର । ଏହାକୁ ଗୁପ୍ତ ନୀତି କୁହାଯାଏ। ତେବେ ରାଜ୍ୟ ବାହାରେ କିଛି ମନ୍ଦିର ଓ ଘରେ ଏହି ସେବାପୁଜା ଓ ରୀତି ନିତି ହେଉଥିବା ସୋସିଆଲ ମିଡ଼ିଆ ରେ ଫୋଟ ଭାଇରଲ ହୋଇଛି। ଶ୍ରୀମନ୍ଦିର ର କିଛି ନିର୍ଦିଷ୍ଟ ସେବୟତ ଯାଇ ଏହି କାର୍ଯ୍ୟ କରିଥିବା ଫୋଟୋ ଭାଇରଲ ହୋଇଛି। କୌଶିକ ନାମକ ଜଣେ ବ୍ୟକ୍ତି ତାଙ୍କ ଫେସ ବୁକ ଏହି ଫୋଟୋ ଅପଲୋଡ଼ କରିଥିବା ସମ୍ନା କୁ ଆସିଛି। ମହାପ୍ରଭୁଙ୍କ ଅବକାଶ ଠାରୁ ଆରମ୍ଭ କରି ମହାପ୍ରଭୁ ଙ୍କ ବେଶ , ବିଭିନ୍ନ ପୂଜା ,କୁଡୁଆ ରେ ଭୋଗ ପ୍ରସ୍ତୁତି ଆଦି ଗୁପ୍ତ ନୀତି ଫୋଟୋ ଭାଇରଲ ହୋଇଛି। ତେବେ ଶ୍ରୀମନ୍ଦିର ରେ ଥିବା ପରମ୍ପରା , ଗୁପ୍ତ ନୀତି , ସେବାପୁଜା ଅନ୍ୟ ମନ୍ଦିରରେ ହେବା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ମାତ୍ର କିଛି ଅର୍ଥ ପାଇଁ ଶ୍ରୀମନ୍ଦିର ଗୁପ୍ତ ନୀତି ଅନ୍ୟ ମନ୍ଦିର ତଥା ବାହାରେ କରିବା କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଚିConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Jul 29, 2019, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.