ETV Bharat / city

ଆଡପ ମଣ୍ଡପରେ ଶ୍ରୀଜିଉ

author img

By

Published : Jul 5, 2019, 4:43 PM IST

Updated : Jul 5, 2019, 11:21 PM IST

ଆଡପ ମଣ୍ଡପରେ ଶ୍ରୀଜିଉ । ଦଇତାପତି ସେବକମାନେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିକୁ ଆଡପ ମଣ୍ଡପ ବିଜେ କରାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବଡ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଆଡପ ମଣ୍ଡପ ବିଜେ କରିଛନ୍ତି । ଦଇତାପତି ସେବକମାନେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିକୁ ଆଡପ ମଣ୍ଡପ ବିଜେ କରାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି(ଶୁକ୍ରବାର) ଶରଧା ବାଲିରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଜି(ଶୁକ୍ରବାର) ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା ।

ଘଣ୍ଟ, ମୃଦଙ୍ଗ, ଜୟ ଜଗନ୍ନାଥ ଧ୍ୱନୀରେ ଶରଧା ବାଲି ପ୍ରକମ୍ପିତ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଶ୍ରଦ୍ଧାଳୁ ମାନେ ନିଜକୁ ଧନ୍ୟ ମଣିଥିଲେ । ସନ୍ଧ୍ୟା 7 ଟାରୁ ଗୋଟି ପହଣ୍ଡି ହୋଇ ରାତି 9 ଟାରେ ଶେଷ ହୋଇଥିଲା ।

ତେବେ ଆସନ୍ତାକାଲି ଆଡପ ମଣ୍ଡପରେ ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବଢିବା ପରେ ପ୍ରଥମ ଅବଢା ତଥା ଆଡପ ଅବଢା ବାହାରିବ । ଯାହାକୁକି ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ସେହିପରି ଭକ୍ତଙ୍କ ପାଇଁ ସକାଳୁ ଦର୍ଶନ ବ୍ୟବସ୍ଥା ରହିଛି । ବିଶ୍ଵାସ ରହିଛି ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

dfsdf

Conclusion:
Last Updated : Jul 5, 2019, 11:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.