ETV Bharat / city

ମହାପ୍ରଭୁଙ୍କ ଷୋଡଶ ମଣ୍ଡପ ମାହାତ୍ମ୍ୟ, ଜାଣନ୍ତୁ କେଉଁ ମଣ୍ଡପରେ ହୁଏ କି ଉପଚାର - ଇଟିଭି ଭାରତ ରଥ ସ୍ପେଶାଲ ଷ୍ଟୋରୀ

ନୀଳ ସିନ୍ଧୁ ତିରେ ନୀଳାଚଳ, ତହିଁ ବିରାଜିତ ବଡ ଦେଉଳ । ଆଉ ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ଅନେକ ଗୁଢ ତତ୍ତ୍ବରେ ଆଚ୍ଛନ୍ନ ଏହି ଧାମ । ସେଥିମଧ୍ୟରୁ ମହାପ୍ରଭୁଙ୍କ ଷୋଡଷ ମଣ୍ଡପ ଅନ୍ୟତମ । ଜାଣନ୍ତୁ ମହାପ୍ରଭୁଙ୍କର କେଉଁ ମଣ୍ଡପରେ ହୁଏ କି କି ଉପଚାର ।

ନୀଳ ସିନ୍ଧୁ ତିରେ ନୀଳାଚଳ, ତହିଁ ବିରାଜିତ ବଡ ଦେଉଳ । ଆଉ ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ଅନେକ ଗୁଢ ତତ୍ତ୍ବରେ ଆଚ୍ଛନ୍ନ ଏହି ଧାମ । ସେଥିମଧ୍ୟରୁ ମହାପ୍ରଭୁଙ୍କ  ଷୋଡଷ ମଣ୍ଡପ ଅନ୍ୟତମ ।

author img

By

Published : Jun 18, 2022, 7:03 AM IST

ପୁରୀ: ନୀଳ ସିନ୍ଧୁ ତିରେ ନୀଳାଚଳ, ତହିଁ ବିରାଜିତ ବଡ ଦେଉଳ । ଆଉ ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ଅନେକ ଗୁଢ ତତ୍ତ୍ବରେ ଆଚ୍ଛନ୍ନ ଏହି ଧାମ । ସେଥିମଧ୍ୟରୁ ମହାପ୍ରଭୁଙ୍କ ଷୋଡଷ ମଣ୍ଡପ ଅନ୍ୟତମ । ଭୋଗଠୁ ନେଇ ଭେଟ ଏବଂ ଆଡପଠୁ ନେଇ ମୁକ୍ତି ମଣ୍ଡପ ପର୍ଯ୍ୟନ୍ତ ସବୁ ମଣ୍ଡପକୁ ମଣ୍ଡିତ କରିଛି ସ୍ବତନ୍ତ୍ର ନୀତିଚର୍ଯ୍ୟା ସାଙ୍ଗକୁ କିମ୍ବଦନ୍ତୀ ।

ମହାପ୍ରଭୁଙ୍କ ଷୋଡଶ ମଣ୍ଡପ ମାହାତ୍ମ୍ୟ, ଜାଣନ୍ତୁ କେଉଁ ମଣ୍ଡପରେ ହୁଏ କି ଉପଚାର

କାଳିଆ ଠାକୁରର ଷୋହଳ କଳା ଯେମିତି ତା'ର ଷୋଡଷ ମଣ୍ଡପ ବି ସେମିତି । ମହାପ୍ରଭୁ ରତ୍ନ ମଣ୍ଡପରେ ବିରାଜିତ ହୋଇଥିଲେ ମଧ୍ୟ ଲୀଳା-ଖେଳା କରନ୍ତି ଅନ୍ୟାନ୍ୟ ମଣ୍ଡପରେ । ଭିନ୍ନ ଭିନ୍ନ ମଣ୍ଡପରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି । ମହାପ୍ରଭୁଙ୍କ ବିଭିନ୍ନ ମଣ୍ଡପ ହେଉଛି ରତ୍ନ ମଣ୍ଡପ, ଭେଟ ମଣ୍ଡପ, ଚାହାଣୀ ମଣ୍ଡପ, ସ୍ନାନ ମଣ୍ଡପ, ପ୍ରସାଦ ମଣ୍ଡପ, ବୈକୁଣ୍ଠ ମଣ୍ଡପ, ବକୁଳ ମଣ୍ଡପ, ଭୋଗ ମଣ୍ଡପ, ମାଜଣା ମଣ୍ଡପ, ଜଳକ୍ରୀଡା ମଣ୍ଡପ, ନାଭିକଟା ମଣ୍ଡପ, ଦେବସଭା ମଣ୍ଡପ, ଅଚିନ୍ତା ମଣ୍ଡପ, ନାଟପା ମଣ୍ଡପ, ଆଡ଼ପ ମଣ୍ଡପ, ବଳି ମଣ୍ଡପ, ଦୋଳ ମଣ୍ଡପ, ଯଜ୍ଞ ମଣ୍ଡପ ଓ ମୁକ୍ତି ମଣ୍ଡପ ।

ତିନି ଠାକୁର ବିରାଜିତ ରତ୍ନ ସିଂହାସନକୁ ରତ୍ନ ମଣ୍ଡପ ବା ନୀଳାଦ୍ରି ମଣ୍ଡପ କୁହାଯାଏ । ଏହାପରେ ରହିଛି ନାଟ ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଶ୍ରୀମନ୍ଦିର ଭିତରେ ରହିଛି ଭୋଗ ମଣ୍ଡପ । ଏଠାରେ ବରାଦୀ ଭୋଗ ମହାପ୍ରଭୁଙ୍କ ନିକଟରେ କରାଯାଏ । ଶ୍ରୀମନ୍ଦିର କୁରୁମ ବେଢ଼ା ଭିତରେ ରହିଛି ଜଳ କ୍ରୀଡା ମଣ୍ଡପ । ଏଠାରେ ମହାପ୍ରଭୁଙ୍କ ଜଳ କ୍ରୀଡା ନୀତି ଅନୁଷ୍ଠିତ ହୋଇଥାଏ । ଏହା ନିକଟରେ ରହିଛି ମୁକ୍ତି ମଣ୍ଡପ । ଯେଉଁଠାରେ ବିଭିନ୍ନ ପାତକର ପ୍ରତିକାର ପାଇଁ ଭକ୍ତମାନେ ଆସି ମୁକ୍ତି ମଣ୍ଡପର ବ୍ରାହ୍ମଣମାନଙ୍କ ଠାରୁ ପରାମର୍ଶ ନେଇଥାନ୍ତି ।

ସେହିପରି ଭିତର ବେଢ଼ାରେ ରହିଛି ସୋମନାଥ ମଣ୍ଡପ ବା ମାଜଣା ମଣ୍ଡପ । ଏହି ମଣ୍ଡପରେ ଠାକୁରଙ୍କ ମାଜଣା ନୀତି, ରୁକ୍ମିଣୀ ହରଣ ଏକାଦଶୀ ତିଥି ତଥା ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୁଏ । ଏହାସହ ଦୁର୍ଗାପୂଜା ସମୟରେ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ପାଇଁ ଏହି ସମସ୍ତ ମଣ୍ଡପ ପ୍ରତିଷ୍ଠା କରାଯାଇଛି ।

ସେହିପରି କୋଇଲି ବୈକୁଣ୍ଠରେ ରହିଛି ଦେବସଭା ମଣ୍ଡପ । ଏଠାରେ ଦେବତାମାନେ ଏକାଠି ହୋଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରନ୍ତି । ସେହିପରି ଅନ୍ୟ ଏକ ମଣ୍ଡପ ହେଉଛି ନାଭିକଟା ମଣ୍ଡପ । ଜନ୍ମାଷ୍ଟମୀରେ ଠାକୁରଙ୍କ ଜନ୍ମ ନୀତି ପରେ ଏହି ମଣ୍ଡପରେ ମହାପ୍ରଭୁଙ୍କ ନାଭି କଟାଯାଏ। ସେହିପରି ଶ୍ରୀମନ୍ଦିର ଭିତର ବେଢ଼ା ବାହାରେ ରହିଛି ଚାହାଣୀ ମଣ୍ଡପ । ଯାହାକି ଶ୍ରୀମନ୍ଦିର ସିଂହ ଦ୍ବାରର ବାମ ପଟେ ଆନନ୍ଦ ବଜାରରେ ଅବସ୍ଥିତ । ବାହୁଡା ଦିନ ନନ୍ଦିଘୋଷ ରଥ ଶ୍ରୀନହର ନିକଟତର ହେଲେ ଏହି ମଣ୍ଡପରେ ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥକୁ ନିରୀକ୍ଷଣ କରିଥାନ୍ତି ।

ସେପଟେ ରୋଷ ଶାଳା ନିକଟରେ ରହିଛି ଭେଟ ମଣ୍ଡପ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ସମୟରେ ମହାପ୍ରଭୁ ରଥରୁ ଆସିବା ବେଳେ ମହାଲକ୍ଷ୍ମୀଙ୍କ ସହ ସେହିଠାରେ ଭେଟ ହୋଇଥାନ୍ତି । ଏଣୁ ଏହାକୁ ଭେଟ ମଣ୍ଡପ କୁହାଯାଏ । ସେହିପରି ଆନନ୍ଦ ବଜାରରେ ପ୍ରସାଦ ମଣ୍ଡପ ସହ ରହିଛି ସ୍ନାନ ମଣ୍ଡପ । ସ୍ନାନ ମଣ୍ଡପରେ ପ୍ରତିବର୍ଷ ସ୍ନାନଯାତ୍ରାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିରରେ ଥିବା ନୀଳାଚଳ ଉପବନରେ ରହିଛି ନିର୍ମାଲ୍ୟ ମଣ୍ଡପ । ଯେଉଁଠି ମହାପ୍ରସାଦକୁ ସୁଖାଯାଇ ନିର୍ମାଲ୍ୟ ପ୍ରସ୍ତୁତ କରାଯାଏ । ସେଠାରେ ଅନ୍ୟ ଏକ ମଣ୍ଡପ ମଧ୍ୟ ରହିଛି ତାହା ହେଉଛି ବକୁଳ ମଣ୍ଡପ ।

ଚୂନରା ସେବାୟତଙ୍କ ମତ ଅନୁସାରେ ଶ୍ରୀମନ୍ଦିରରେ ବିଭିନ୍ନ ମଣ୍ଡପ ସାଙ୍ଗକୁ ବାହାରେ ମଧ୍ୟ ମହାପ୍ରଭୁଙ୍କ ବିଭିନ୍ନ ମଣ୍ଡପ ରହିଛି, ଯାହାକୁ ଦୋଳବେଦୀ ବା ଦୋଳ ମଣ୍ଡପ । ଯେତେବେଳେ ସୁଦର୍ଶନ ଚାରି ଆସନକୁ ବିଜେ କରିଥାନ୍ତି ସେତେବେଳେ ଏହି ମଣ୍ଡପରେ ନାନା ନୀତିକାନ୍ତି ହୋଇଥାଏ । ଏହିସବୁ ମଣ୍ଡପଗୁଡିକୁ ଦର୍ଶନ କରିବା ଦ୍ବାରା ମନୁଷ୍ୟ ସମସ୍ତ ପ୍ରକାର ବାଧାବିଘ୍ନକୁ ଅତିକ୍ରମ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରି ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.