ETV Bharat / city

ପୁରୀରେ ରବିଧାନ ସଂଗ୍ରହ ନେଇ ସମୀକ୍ଷା ବୈଠକ

ରବିଧାନ ସଂଗ୍ରହ ନେଇ ପୁରୀରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

author img

By

Published : May 14, 2022, 7:38 AM IST

ପୁରୀରେ ରବିଧାନ ସଂଗ୍ରହ ନେଇ ସମୀକ୍ଷା ବୈଠକ
ପୁରୀରେ ରବିଧାନ ସଂଗ୍ରହ ନେଇ ସମୀକ୍ଷା ବୈଠକ

ପୁରୀ: ଜିଲ୍ଲାରେ ରବିଧାନ ସଂଗ୍ରହ ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରକ୍ତ ଜିଲ୍ଲାପାଳ (ରାଜସ୍ବ) ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଯୋଗାଣ ଅଧିକାରୀ ଜାନକୀ ଭୂଷଣ ହାବଡାସିଂ, ଜିଲ୍ଲା ସମବାୟ ସମିତି ସମୂହ ନିବନ୍ଧକ ଭୀମସେନ ସାହୁ, ସହକାରୀ ନିବନ୍ଧକ ସ୍ବରୂପ କର ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ରବି ଋତୁ ପାଇଁ ଜିଲ୍ଲାରେ ୧୫୪୭୮ ଜଣ ପଞ୍ଜୀକୃତ ଚାଷୀ ସେମାନଙ୍କ ଧାନ ବିକ୍ରୟ କରିବେ ।

ଚଳିତମାସ ୧୭ ତାରିଖରୁ ଆସନ୍ତା ମାସ ୩୦ ତାରିଖ ପର୍ଯ୍ୟନ୍ତ ମଣ୍ତି ମାଧ୍ୟମରେ ଧାନ କିଣାଯିବ । ଏଥିନିମନ୍ତେ ଅସ୍ତରଙ୍ଗ ବ୍ଲକ ବ୍ୟତୀତ ଜିଲ୍ଲାର ୧୦ଟି ବ୍ଲକର ୧୦୦ଟି ଧାନ କ୍ରୟ କେନ୍ଦ୍ର ତଥା ମଣ୍ତିରେ ୧୯ ଜଣ ମିଲରଙ୍କ ମାଧ୍ୟମରେ ଧାନ କିଣାଯିବ । ଗତବର୍ଷ ୧୨୩୫୭ ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ୩୪୬୫୮୧ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ଆପାତତଃ ୪ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯିବା ଲକ୍ଷ୍ୟ ରଖାଯାଇଛି । ଆଗୁଆ ମୌସୁମୀକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସ୍ଥିରିକୃତ ସମସ୍ତ ମଣ୍ତିକୁ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ପର୍ଯ୍ୟାପ୍ତ ପଲିଥିନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତ ରଖିବା ଉପରେ ସଞ୍ଜୟ ଦାସବର୍ମା ଗୁରୁତ୍ବାରୋପ କରିଛନ୍ତି ।

ରବିଧାନ ସଂଗ୍ରହ ବ୍ୟବସ୍ଥା ଯେପରି ସଠିକ ଭାବେ ସମ୍ପାଦିତ ହେବ ଓ ଜିଲ୍ଲାର ଚାଷୀମାନେ ବିନା ଦ୍ବିଗ୍ଧାରେ ସ୍ଥିରୀକୃତ ମଣ୍ତିରେ ଧାନ ବିକ୍ରୟ କରିପାରିବେ ଏଥିପାଇଁ ଯୋଗାଣ ବିଭାଗ ଓ ସମବାୟ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଧାନ ସଂଗ୍ରହ ବ୍ୟବସ୍ଥାର ଯାଞ୍ଚ ନିମନ୍ତେ ପ୍ରତି ସପ୍ତାହରେ ବୈଠକ କରି ସଂପୃକ୍ତ ଅଧିକାରୀ, ମିଲର ଓ ଚାଷୀ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ନିମନ୍ତେ ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଧାନ କ୍ରୟ କେନ୍ଦ୍ର ଗୁଡିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏବଂ ସଂପୃକ୍ତ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ଦିନ ମଧ୍ୟରେ ମୂଲ୍ୟ ରାଶି ପ୍ରଦାନ କରିବା ବ୍ୟବସ୍ଥା କରିବା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । ଧାନ ବିକ୍ରୟ ନିମନ୍ତେ ସଚେତନତା ସୃଷ୍ଟି ଏବଂ ବୈଧ ଚାଷୀ ମାନଙ୍କ ଟୋକନ ଯେପରି ନିଷ୍କ୍ରିୟ ନହୁଏ ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବୈଠକରେ ଗୁରୁତ୍ବ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.