ETV Bharat / city

ଆଡମିଶନ ଫି'କୁ ନେଇ ଛାତ୍ର ଆନ୍ଦୋଳନ

author img

By

Published : Oct 25, 2021, 7:53 PM IST

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ରି ଆଡ଼ମିଶନ ଫି'କୁ ନେଇ ମହାବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ । ଅଧିକ ପଢନ୍ତୁ...

readmission fees hike Puri scs college student strike
ଆଡମିଶନ ଫି କୁ ନେଇ ଛାତ୍ର ଆନ୍ଦୋଳନ

ପୁରୀ: ସାମନ୍ତ ଚନ୍ଦ୍ରଶେଖର କଲେଜରେ ରି ଆଡ଼ମିଶନ ଫି କୁ ନେଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଛି ଅଶାନ୍ତି l ଘଟଣାର ସମାଧାନ ନ ହେବାରୁ ଛାତ୍ରଛାତ୍ରୀ କଲେଜ ଗେଟ ସାମ୍ନାରେ ଧାରଣାରେ ବସିଛନ୍ତି ।

ଆଡମିଶନ ଫି କୁ ନେଇ ଛାତ୍ର ଆନ୍ଦୋଳନ

ସୂଚନାଅନୁଯାୟୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବିଇଡି ଛାତ୍ରଛାତ୍ରୀ ଆଡମିଶନ ଫି ହ୍ରାସ କିରବା ଦାବି କରି ରାସ୍ତା ଅବରୋଧ କରିଛନ୍ତି l ଶତାଧିକ ଛାତ୍ରଛାତ୍ରୀ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l କୋରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେବା କଲେଜ ବନ୍ଦ ରହିଥିଲା ଏବେ ଆର୍ଥିକ ସ୍ଥିତି ସମସ୍ତଙ୍କର ଠିକ ନଥିବାବେଳେ ଆଡ଼ମିଶନ ଫି'କୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ l ଅନ୍ୟ ସ୍ବୟଂଶାସିତ କଲେଜରେ ଫି ହ୍ରାସ ପାଇଥିବା ବେଳେ ପୁରୀ ଏସସିଏସ କଲେଜରେ ମଧ୍ୟ ଫି ହ୍ରାସ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଅନ୍ୟପଟେ ଏହାକୁ ନେଇ ପ୍ରିନସିପାଲ କହିଛନ୍ତି ଛାତ୍ରଛାତ୍ରୀଙ୍କର ଫି' ବାବଦକୁ 5 ହଜାର ଟଙ୍କା କଟାଯିବ ବୋଲି କୁହାଯାଇଥିଲା କିନ୍ତୁ ଛାତ୍ରଛାତ୍ରୀ ଫି' ବାବଦକୁ 25 ପ୍ରତିଶତ କଟାଯାଉ ବୋଲି ଦାବି କରୁଛନ୍ତି l ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇ ନିଷ୍କର୍ଷ ବାହାର କରାଯିବ ବୋଲି ପ୍ରିନସିପାଲ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.