ପୁରୀ: ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ତୁମ୍ବରେ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ । ତିନିରଥର ମୋଟ ୪୨ ଚକର ତୁମ୍ବ ନିର୍ମାଣ ଶେଷ ହୋଇଅଛି । ତୁମ୍ବରେ ସୁତା ବାଡ଼ିଆ ପରେ ଦିନଠାରୁ ତୁମ୍ବ ଗୁଡିକରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି । ଦେବଦଳନ ରଥର ଶେଷ ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ଥିବାବେଳେ ଆଜି ସୁତା ବାଡ଼ିଆ ପରେ ବିନ୍ଧ କାର୍ଯ୍ୟ ହୋଇଛି ।
152613501ତୁମ୍ବ ବିନ୍ଧ କାମରେ ଲାଗିଛନ୍ତି ମହାରଣା ସେବକ526152613501350 ସେହିପରି ତାଳଧ୍ଵଜ ରଥର ମୋଟ ୧୪ ତୁମ୍ବ ମଧ୍ୟରୁ ୩ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇ ୯ ଟି ତୁମ୍ବର ବିନ୍ଧକାର୍ଯ୍ୟ ଜାରିରହିଛି । ଆଉ ଦୁଇଟି ତୁମ୍ବର ସୁତାବାଡ଼ିଆ ପରେ ଠେକ କଟା କାର୍ଯ୍ୟ ଶେଷ ହୋଇଛି, ଆଜି ଦୁଇଟି ତୁମ୍ବର ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି । ଦେବଦଳନ ରଥର ମୋଟ ୧୨ଟି ତୁମ୍ବ ମଧ୍ୟରୁ ୧୦ ଟିର ବିନ୍ଧ କାର୍ଯ୍ୟ ଜାରିରହିଛି । ଆଉ ଦୁଇଟି ତୁମ୍ବ ମଧ୍ୟରୁ ଗୋଟିକର ସୁତାବାଡ଼ିଆ ଶେଷହୋଇ ଠେକ କଟା ମଧ୍ୟ ଶେଷ ହଉଛି । ବାକି ଶେଷ ତୁମ୍ବ ଟିର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ସେପଟେ ନନ୍ଦିଘୋଷ ରଥର ମୋଟ ୧୬ଟି ତୁମ୍ବର ବିନ୍ଧକାର୍ଯ୍ୟ ଜାରିରହଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭ ଭାରତ