ETV Bharat / city

ଉଠା ଦୋକାନୀଙ୍କ ବେଉସା ବୁଡାଇ ଦେଲା ଲକଡାଉନ କଟକଣା

author img

By

Published : Jun 4, 2021, 10:43 PM IST

ପୁରୀ ସହରରେ ହଜାର ହଜାର ଉଠା ଦୋକାନୀ ଲକଡାଉନ ଯୋଗୁଁ ନିଜର ଜୀବିକା ହରାଇଛନ୍ତି। ରାଜ୍ୟରେ ଲାଗୁ ହୋଇଥିବା କୋରୋନା କଟକଣାରେ ପ୍ରଭାବିତ ହୋଇଛନ୍ତି ପୁରୀରେ ଉଠା ଦୋକାନୀ । ସେମାନେ ସରକାରଙ୍କୁ ସହାୟତା ଦାବି କରିଛନ୍ତି । ଅଧିକ ପଢନ୍ତୁ...

Puri street vender facing problem due to covid19 lockdown
ଉଠା ଦୋକାନୀଙ୍କୁ ବେଉସା ବୁଡାଇ ଦେଲା ଲକଡାଉନ କଟକଣା

ପୁରୀ: ସାରା ରାଜ୍ୟରେ ଲକଡାଉନ ଜାରି ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ସବୁ ବନ୍ଦ। ତେବେ ଏହି ଲକଡାଉନ କଟକଣା ଉଠା ଦୋକାନୀଙ୍କ ଜୀବନ ଜୀବିକା ବୁଡାଇ ଦେଇଛି। ଓଳିଏ ଖାଇଲେ ଓଳିଏ ଓପାସ। ହାତରେ ରୋଜଗାର ନ ଥିବା ହେତୁ ଧାର କରଜ କରି ଘର ଚଳାଇବା ଏକ ପ୍ରକାର ଅସମ୍ଭାଳ ଅବସ୍ଥା ହୋଇଗଲାଣି।

ପୁରୀ ସହରରେ ହଜାର ହଜାର ଉଠା ଦୋକାନୀ ଲକଡାଉନ ଯୋଗୁ ନିଜର ଜୀବିକା ହରାଇଛନ୍ତି। ଉଠା ଦୋକାନୀ ଦୈନିକ ଯାହା ରୋଜଗାର କରନ୍ତି ସେଥି ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳାନ୍ତି। ତେବେ ଲକ ଅବଧି ବଢିବା ପରେ ହତାଶ ହୋଇ ପଡିଛନ୍ତି ପୁରୀ ସହରର ହଜାର ହଜାର ଉଠା ଦୋକାନୀ। କିଏ ନିଜ ଗାଁକୁ ଚାଲି ଯାଇଛି ତ କିଏ ମୂଲ ଲାଗି ଘର ପ୍ରତିପୋଷଣ କରୁଛି। ଅଧିକାଂଶ ଉଠା ଦୋକାନୀଙ୍କ ରାସନ କାର୍ଡ ନ ଥିବା ହେତୁ ସରକାର ସାମାଜିକ ସୁରକ୍ଷା ଯୋଜନାରୁ ଫାଇଦା ନେଇ ପାରୁନାହାନ୍ତି। ନିଜ ପରିବାରକୁ ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଇବା କାଠିକର ପାଠ ହୋଇ ଗଲାଣି।

ବଡ ଦାଣ୍ଡ ,ସମୁଦ୍ର କୂଳରେ ହଜାର ହଜାର ଉଠା ଦୋକାନୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଶ୍ରୀମନ୍ଦିର ଚତୁରପର୍ଶ୍ଵ ବିକାଶ ନାଁ ଅନେକ ଉଠା ଦୋକାନୀଙ୍କୁ ଉଚ୍ଛେଦ ବେଳେ ସହାୟତା ରାଶି ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। ହେଲେ ସେ ଅର୍ଥ ଏ ପର୍ଯ୍ୟନ୍ତ ମିଳି ନ ଥିବା ବଡ଼ ଦାଣ୍ଡ ରେ ଥିବା ବଡ଼ ବଜାର ଉଠା ଦୋକାନୀ ବ୍ୟବସାୟୀ ସଂଘ ଅଭିଯୋଗ କରିଛି। 2019 ରେ ଫନି ବାତ୍ୟା ଓ ପରେ 2020 ଏବଂ 21 ରେ କୋଭିଡ ପରିସ୍ଥିତି ପୁରୀ ସହରରେ ଥିବା ଉଠା ଦୋକାନୀଙ୍କ ଆର୍ଥକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗୀ ଦେଇଛି। ତେବେ 2020 ରେ କୋଭିଡର ପ୍ରଥମ ଲହରରେ ପୁରୀରେ ଥିବା ସ୍ବୀକୃତି ପ୍ରାପ୍ତ ଉଠା ଦୋକାନୀ ମାନଙ୍କୁ ସରକାର 3 ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ।

ଦ୍ବିତୀୟ ଲହରରେ ଉଠା ଦୋକାନୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନ ଥିବା ବଡ଼ ବଜାର ଉଠା ଦୋକାନୀ ସଂଘ ଅଭିଯୋଗ କରିଛି। ତୁରନ୍ତ ଉଠା ଦୋକାନୀଙ୍କୁ ଏହି ଦୟନୀୟ ସ୍ଥିତିରୁ କିଛି ଲାଘବ ପାଇଁ ଏକ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ସମେତ ରାସନ କାର୍ଡ ନ ଥିବା ସମସ୍ତ ଉଠା ଦୋକାନୀଙ୍କୁ ସମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ମାଗଣାରେ ରାସନ ଆଦି ସାମଗ୍ରୀ ଯୋଗାଣ ନେଇ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପୁରୀ ବଡ ବଜାର ଉଠା ଦୋକାନୀ ବ୍ୟବସାୟୀ ସଂଘ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.