ETV Bharat / city

ଖୁବଶୀଘ୍ର ଶେଷ ହେବ ପୁରୀ ସ୍ୱର୍ଗଦ୍ୱାରର ଉନ୍ନତିମୂଳକ କାର୍ଯ୍ୟ: ଜିଲ୍ଲାପାଳ

ପୁରୀ ସ୍ୱର୍ଗଦ୍ୱାର ବିକାଶ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା । ବାକିଥିବା କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ନେଇ ମତ ରଖିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖୁବଶିଘ୍ର ଶେଷ ହେବ ପୁରୀ ସ୍ୱର୍ଗଦ୍ୱାର ଉନ୍ନତିମୂଳକ କାର୍ଯ୍ୟ : ଜିଲ୍ଲାପାଳ

author img

By

Published : Nov 4, 2021, 4:00 PM IST

ପୁରୀ: ବଦଳିବ ପୁରୀ ସ୍ବର୍ଗଦ୍ବାରର ରୂପ ରେଖ । ଏନେଇ ସ୍ୱର୍ଗଦ୍ୱାରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଆଜି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ସ୍ୱର୍ଗଦ୍ୱାର ଯାଇ ନବୀକରଣ କାର୍ଯ୍ୟ ତଦାରଖ କରିଥିଲେ । ଏଥି ସହ ବାକିଥିବା କାର୍ଯ୍ୟ ଖୁବ ଶୀଘ୍ର ଓଡିଶା ସେତୁ ନିର୍ମାଣ ନିଗମ ଦ୍ୱାର ଶେଷ ହେବ ବୋଲି ମତପ୍ରକାଶ କରିଛନ୍ତି । ଫଳରେ ସ୍ୱର୍ଗଦ୍ୱାର ଆସୁଥିବା ଲୋକେ ସମସ୍ତ ପ୍ରକାର ସୁବିଧା ପାଇବେ ।

ଖୁବଶିଘ୍ର ଶେଷ ହେବ ପୁରୀ ସ୍ୱର୍ଗଦ୍ୱାର ଉନ୍ନତିମୂଳକ କାର୍ଯ୍ୟ : ଜିଲ୍ଲାପାଳ

ତେବେ ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ନେଇ ମୁଖ୍ୟମନ୍ତ୍ରୀ 5 କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଏବେ ସ୍ୱର୍ଗଦ୍ୱାର ରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି । ଶବ ଦାହ ପାଇଁ ଆସୁଥିବା ଵ୍ୟକ୍ତିଙ୍କ ପାଇଁ ପାନୀୟ ଜଳ , ଶୌଚାଳୟ , ରେଷ୍ଟ ରୁମ ସହିତ ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ଗୋଟିଏ ସ୍ଥାନରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ସେପଟେ ଲୋକଙ୍କ ସୁବିଧା ପାଇଁ OMCର ଅନୁଦାନରୁ ଆଜି ଆଉ ଏକ ମହାପ୍ରୟାଣ ଗାଡିକୁ ସାମିଲ କରାଯାଇଛି ।

ଲୋକମାନେ 291291 ନମ୍ବରକୁ ଫୋନ କରି ଏହି ମହାପ୍ରୟାଣ ଗାଡି ନେଇ ପାରିବେ । ପୁରୀ ସହରବାସୀ 750 ଟଙ୍କାରେ ଓ ପୁରୀ ବାହାର ଲୋକମାନେ 1200 ଟଙ୍କା ଦେଇ ଏହି ଗାଡି ବୁକ କରିପାରିବେ । ତେବେ ଆଗାମୀ ଦିନରେ ମଧ୍ୟ ସ୍ଵର୍ଗ ଦ୍ୱାରରେ କିଭଳି ଲୋକମାନେ ଅଧିକ ମୌଳିକ ସୁବିଧା ପାଇବେ, ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହେଉଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.