ETV Bharat / city

ଆସନ୍ତାକାଲି ସ୍ନାନଯାତ୍ରା, ପଟି ଦିଅଁ ପୂଜା ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

author img

By

Published : Jun 4, 2020, 10:06 AM IST

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟି ଦିଅଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Preparation of pati diyna
ଆସନ୍ତାକାଲି ସ୍ନାନଯାତ୍ରା, ପଟି ଦିଅଁ ପୂଜା ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ: ଶୁକ୍ରବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟି ଦିଅଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଇତି ମଧ୍ୟରେ ପଟି ପ୍ରସ୍ତୁତ ହୋଇ ସାରିଥିବାବେଳେ ସେଥିରେ ପାରମ୍ପରିକ ରଙ୍ଗ ଦେବା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ।

ଚିତ୍ରକର ରାଜେନ୍ଦ୍ର ମହାରଣାଙ୍କ ପରିବାର ଲୋକେ ବଂଶାନୁକ୍ରମିକ ଭାବେ ବଡ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପଟି ଦିଅଁ ପ୍ରସ୍ତୁତ କରି ଯୋଗାଇଥାନ୍ତି । ସେହିପରି ନାରଣ ମହାରଣାଙ୍କ ପରିବାର ଲୋକ ବଂଶାନୁକ୍ରମିକ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ପଟି ଦିଅଁ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଦେଇଥାନ୍ତି ।

ଅଣସର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରା ବଦଳରେ ଭୁବନେଶ୍ବରୀ ପଟି ଦିଅଁ ଭାବେ ପୂଜା ପାଆନ୍ତି । ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ବାହୁଡା ପହଣ୍ଡି ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ଚିତ୍ରକରଙ୍କ ଘରକୁ ଯାଇଥାଏ । ସେମାନଙ୍କ ଘରର ମହିଳା ମାନଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଘଣ୍ଟ, ଛତା, କାହାଳି ସହ ପଟି ଦିଅଁ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି ।

ପଟି ଦିଅଁର ପ୍ରସ୍ତୁତି ପ୍ରଣାଳୀ

ପଟି ଦିଅଁ ପ୍ରସ୍ତୁତି ପାଇଁ ସୂତା କନାକୁ ତେନ୍ତୁଳି ମଞ୍ଜି ପାଣିରେ ବତୁରା ଯାଇ, ବାଟି ଅଠା ପ୍ରସ୍ତୁତ ହେବା ପରେ କନାରେ ଲେପ ଦିଆଯାଇଥାଏ । ଶୁଖିଗଲା ପରେ ଖଡି ଗୁଣ୍ଡ ଓ ତେନ୍ତୁଳି ମଞ୍ଜି ମିଶ୍ରିତ ହୋଇ ସ୍ବତନ୍ତ୍ର ଅଠା ଲେପ ଦିଆଯାଏ । ଧଳା ଓ ଗେରୁ ରଙ୍ଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ପଟି ଦିଅଁ ପ୍ରସ୍ତୁତ ହୋଇଥାଏ । ପଟି ଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ସେମାନଙ୍କ ପରିବାର ଲୋକେ ହବିଷ୍ୟାନ୍ନ ସେବନ କରିଥାନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.