ETV Bharat / city

ଶ୍ରୀମନ୍ଦିରରେ ପଞ୍ଚୁକ ପାଇଁ ବ୍ୟାପକ ବ୍ୟବସ୍ଥା: 3 ଦିନ ଜଗା ଦର୍ଶନ ବନ୍ଦ - puri temple

ପଞ୍ଚୁକ ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । କୋଭିଡ କଟକଣା ପାଇଁ ରାଜଧିରାଜ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ପଞ୍ଚୁକ ପାଇଁ ବ୍ୟାପକ ବ୍ୟବସ୍ଥା ; 3 ଦିନ ଜଗା ଦର୍ଶନ ବନ୍ଦ

author img

By

Published : Nov 13, 2021, 8:17 PM IST

ପୁରୀ : ସୋମବାର ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି ଧରାଯାଉ ଥିବାରୁ ପୁରୀରେ ଏହି ପଞ୍ଚୁକ ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ହୋଇଥାଏ । ଏଥିପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ । ସେପଟେ ଆସନ୍ତାକାଲି( ରବିବାର) ଥିବାରୁ ଶ୍ରୀମନ୍ଦିର sop ଅନୁଯାୟୀ ଶ୍ରୀମନ୍ଦିର ସାନିଟାଇଜ ହେବ । ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିରରେ ପଞ୍ଚୁକ ପାଇଁ ବ୍ୟାପକ ବ୍ୟବସ୍ଥା ; 3 ଦିନ ଜଗା ଦର୍ଶନ ବନ୍ଦ

ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ସୋମବାର ବଡ଼ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । କୋଭିଡ ପାଇଁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କାକୁ ଲକ୍ଷ୍ୟ କରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ପରଦିନ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ ।

ତେବେ ପଞ୍ଚୁକର ଶେଷ ଦିବସ କାର୍ତ୍ତିକ ପୂର୍ଣ୍ଣମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଏହି ବେଶ ଦର୍ଶନରୁ ମଧ୍ୟ ଭକ୍ତମାନେ ବଞ୍ଚିତ ରହିବେ । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.