ETV Bharat / city

ସିପାହୀ ଜୟୀ ରାଜଗୁରୁ, ନାଁ ଶୁଣି ଥରୁଥିଲା ଗୋରା ସରକାର

author img

By

Published : Aug 15, 2019, 4:59 PM IST

ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧାଗଡର ସିପାହୀ ଜୟୀ ରାଜଗୁରୁ । ଅଦମ୍ୟ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କ ଭଳି ବୀର ଆଗରେ ହାତ ଟେକିଦେଇଥିଲା ଇଂରେଜ ସେନା ।

ସିପାହୀ ଜୟୀ ରାଜଗୁରୁ, ନାଁ ଶୁଣି ଥରୁଥିଲା ଗୋରା ସରକାର

ପୁରୀ: ପିଲାଟି ଦିନରୁ ଇଚ୍ଛା ଥିଲା ଯୋଦ୍ଧା ବନିବା । ବଡ ହେଲେ..ଇଚ୍ଛା ବି ପୂରଣ ହେଲା । ବନିଲେ ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧାଗଡର ସିପାହୀ । ଅଦମ୍ୟ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କ ଭଳି ବୀର ଆଗରେ ହାତ ଟେକିଦେଇଥିଲା ଇଂରେଜ ସେନା ।

ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଇଂରେଜ ବିରୋଧରେ ଜାରି ରଖିଥିଲେ ସଂଗ୍ରାମ । ଓଡିଆ ବୀର ପାଇକଙ୍କୁ ଏକାଠି କରି ଶିଖାଇଥିଲେ ଯୁଦ୍ଧ କଳାକୌଶଳ-ରଣନୀତି । ମନରେ ଭରିଦେଇଥିଲେ ଦେଶ ପାଇଁ ବଳୀଦାନ, ପ୍ରାଣବଳୀର ଭାବନା । ଏପଟେ ତାଙ୍କ ଗରିଲା ଯୁଦ୍ଧ କୌଶଳରେ ଅତବ୍ୟସ୍ତ ହୋଇପଡିଥିଲେ ଇଂରେଜ । ତାଙ୍କ ବୀରତ୍ବ ଓ ସାହସର ଗାଥା ସାରା ବିଶ୍ବରେ ପରିଚିତ । କିନ୍ତୁ ଗାଁ କନିଆ ସିଙ୍ଘାଣୀନାକି ଭଳି ନିଜ ବୀରଙ୍କୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର । ଆମେ କହୁଛୁ ସ୍ବାଧୀନତା ସଂଗ୍ରାମର ପ୍ରଥମ ଓଡିଆ ଶହୀଦ ଜୟୀ ରାଜଗୁରୁଙ୍କ କଥା ।

ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଗାଁ । ପୁରୀ ସହର ଠାରୁ ମାତ୍ର 5 କିଲୋମିଟର ଦୂର । ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ । ଯାହା ଆଜି ଅବହେଳିତ । ରାଜଗୁରୁଙ୍କ ବୀରତ୍ବ ଦେଶବାସୀଙ୍କୁ ଜଣା । ହେଲେ ଦୁର୍ଭାଗ୍ୟର ବିଷୟ ତାଙ୍କ ଜନ୍ମସ୍ଥାନରେ ନା ଅଛି କୌଣସି ସ୍ମୃତି ନା ରହିଛି ମ୍ୟୁଜିୟମ । ଏପର୍ଯ୍ୟନ୍ତ ଗାଁକୁ ଐତିହ୍ୟ ଗ୍ରାମ ବା ପର୍ଯ୍ୟଟନ ସ୍ଥଳୀର ମିଳିନି ମାନ୍ୟତା । ଗ୍ରାମବାସୀଙ୍କ ଉଦ୍ୟମରେ ଅଛି କେବଳ ପ୍ରତିମୂର୍ତ୍ତି, ଗୋଟିଏ ପାଠାଗାର ଓ ଗୋଟିଏ କମ୍ୟୁନିଟ ହଲ । ଏପଟେ ବୀରଙ୍କ ସ୍ମୃତିକୁ ନ ସାଇତି ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ କହୁଛନ୍ତି ଗ୍ରାମବାସୀ ଦାବି କଲେ କରାଯିବ ବ୍ୟବସ୍ଥା ।

ଏଠାରେ ପ୍ରଶ୍ନ ଉଠୁଛି ଦେଶ ପାଇଁ ଜୀବନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବୀରତ୍ବ ଗାଥା ଆଗାମୀ ପୀଢି ଜାଣିବେ କେମିତି ? କଣ ସ୍ବାଧୀନତା ସଂଗ୍ରାମୀଙ୍କୁ ଦେଶର ସ୍ବର୍ଣ୍ଣିମ ଇତିହାସ ବଖାଣିବାକୁ ପୁଣି ଜନ୍ମ ନେବାକୁ ପଡିବ ନା ସରକାର ବୀରଙ୍କ ସ୍ମୃତିର ସୁରକ୍ଷା ପାଇଁ ଆଗେଇ ଆସିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.