ETV Bharat / city

ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଓଡ଼ିଶା ବନ୍ଦ ଡାକରା - ଓଡ଼ିଶା ବନ୍ଦ୍ ଡାକରା ପୁରୀରେ ପ୍ରଭାବହୀନ

ନବ ନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟା ବନ୍ଦ ଡାକରାର କୌଣସି ପ୍ରଭାବ ପଡିନଥିଲା ପୁରୀରେ । ସ୍ବାଭାବିକ ରହିଥିଲା ଯାତାୟତ । ଚାଲିଥିଲା ଯାନବାହନ । ଅଧିକ ପଢ଼ନ୍ତୁ

ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଓଡ଼ିଶା ବନ୍ଦ ଡାକରା

author img

By

Published : Jul 19, 2022, 10:36 PM IST

ପୁରୀ : ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଛି । ତେବେ ୧୨ ଘଣ୍ଟିଆ ବନ୍ଦ ଡାକରାରେ ପୁରୀରେ ପ୍ରଭାବହୀନ ଦେଖିବାକୁ ମିଳିଛି । ବସ୍ ଚଳାଚଳ ସ୍ବଭାବିକ ଥିବା ଦେଖିବାକୁ ମିଳିଥିଲା । ସୂଚନାନୁସାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା ।

ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଓଡ଼ିଶା ବନ୍ଦ ଡାକରା

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବୀ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ହେବାକୁ ଥିବା ଏହି ବନ୍ଦର ପ୍ରଭାବ ପୁରୀ ସହର ଦେଖିବାକୁ ମିଳିନଥିଲା l

ବସ୍ ଚଳାଚଳ ଓ ଟ୍ରେନ ଚଳାଚଳ ସ୍ବାଭାବିକ ରହିଥିଲା । ସେପଟେ ବନ୍ଦ ପାଳନକୁ କଂଗ୍ରେସ ସମର୍ଥନ କରିଥିବା ହେତୁ ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ପୋଲିସ୍ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.