ETV Bharat / city

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରାରେ ବନ୍ଦ ସାଧାରଣ ଦର୍ଶନ - ସର୍ବସାଧାରଣ ଦର୍ଶନ

ଆସିଲା ଶ୍ରୀମନ୍ଦିର ପାଇଁ ନୂଆ SOP । ଦଶହରାରେ ସାଧାରଣ ଦର୍ଶନକୁ କରାଯାଇଛି ବନ୍ଦ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରା ପାଇଁ ବନ୍ଦ ସାଧାରଣ ଦର୍ଶନ

author img

By

Published : Oct 14, 2021, 3:14 PM IST

ପୁରୀ: ଶ୍ରୀମନ୍ଦିର ପାଇଁ ଆସିଲା ନୂଆ ଏସଓପି । ଶ୍ରୀମନ୍ଦିର ଛତିସା ନିଯୋଗ ବୈଠକରେ ଅନୁମୋଦିତ SOP ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି । ଆସନ୍ତାକାଲି(ଶୁକ୍ରବାର)ଠାରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ଗାଇଡଲାଇନ । ପବିତ୍ର ଦଶହରା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଏଥିରେ ନିର୍ଦ୍ଦେଶ ରହିଛି ।

ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରା ପାଇଁ ବନ୍ଦ ସାଧାରଣ ଦର୍ଶନ
ଶ୍ରୀମନ୍ଦିର ପାଇଁ ଆସିଲା ନୂଆ SOP, ଦଶହରା ପାଇଁ ବନ୍ଦ ସାଧାରଣ ଦର୍ଶନ

ସେହିପରି ଶନିବାର ଗୋଷାଣି ଭସାଣି ଯାତ୍ରା ପାଇଁ ଦିନ ୧୨ଟାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବରରେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ରବିବାର ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । କୁମାର ପୂର୍ଣ୍ଣିମାରେ ଖୋଲା ରହିବ ଶ୍ରୀମନ୍ଦିର । ନଭେମ୍ବର ୪, ୧୫ ଓ ୧୯ ତାରିଖରେ ବନ୍ଦ ରହିବ ଶ୍ରୀମନ୍ଦିର । ଦୀପାବଳି, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।

ତେବେ ଅନ୍ୟଦିନ ମାନଙ୍କରେ ପୂର୍ବଭଳି ସକାଳ ୭ଟାରୁ ରାତି ୯ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ପ୍ରବେଶ ନେଇ ପୂର୍ଵ ଭଳି ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ପ୍ରମାଣ ପତ୍ର ବାଧ୍ୟତାମୂଳକ କିମ୍ବା ଡବଲ ଡୋଜ୍ ଟୀକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ । କୋଭିଡ୍ ପାଇଁ ପୂର୍ବରୁ ଜାରି ହୋଇଥିବା ନିୟମ ବଳବତ୍ତର ରହିବ । ଭକ୍ତମାନେ ଫୁଲ, ଭୋଗ ଓ ଦୀପ ଶ୍ରୀମନ୍ଦିରକୁ ନେଇପାରିବେ ।

ସେହିପରି ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମଧ୍ୟ କରି ପାରିବେ । ତେବେ ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ନିଷିଦ୍ଧ କରାଯାଇଛି । ନିୟମ ଉଲ୍ଲଘଂନ କଲେ ୧୦୦ ଟଙ୍କା ଫାଇନ ଲାଗିବ। ସେହିପରି ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍‌ଖା ଖାଇବା ଉପରେ କଟକଣା ଦଲବତ୍ତର ରହିଛି । ଏହି ନୀୟମ ଉଲ୍ଲଘଂନ କଲେ ୫୦୦ ଟଙ୍କା ଜୋରିମାନା ବ୍ୟବସ୍ଥା କରାଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.