ETV Bharat / city

ପହିଲି ଭୋଗ ନୀତି ନିର୍ଘଣ୍ଟ ଚୂଡାନ୍ତ ସମ୍ପନ୍ନ - ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ

ପବିତ୍ର ଧନୁସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଚାଲିବ । ଅଧିକ ପଢନ୍ତୁ..

srimandir office
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Dec 15, 2019, 3:25 PM IST

ପୁରୀ: ଚୂଡାନ୍ତ ହୋଇଛି ପହିଲି ଭୋଗ ଓ ସୂର୍ଯ୍ୟପରାଗ ନୀତି | ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ନୀତି ସବକମିଟି ବୈଠକରେ ନିଷ୍ପତ୍ତି ନିଆଯାଛି । ସଅଳ ନୀତି ସାଙ୍ଗକୁ ସଅଳ ଅଭଡା ଯେମିତି ବାହାରିବ ସେ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆସନ୍ତା 25 ତାରିଖରେ ସୂର୍ଯ୍ୟପରାଗ ପାଇଁ ରାତି 8ଟା 20ରୁ ପାକ ତ୍ୟାଗ ହେଉଥିବାରୁ ଶୀଘ୍ର କିଭଳି ନୀତି ସମ୍ପାଦନ ହେବ ସେନେଇ ମଧ୍ୟ ବୈଠକରେ ନିଷ୍ପତି ନିଆଯାଇଛି | ଆସନ୍ତା 16ରେ ପବିତ୍ର ଧନୁସଂକ୍ରାନ୍ତି | ଏହିଦିନ ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଚାଲିବ | ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 3ଟାରେ ଦ୍ବାର ଫିଟା, 3ଟା 30ରେ ଭିତର ଶୋଧ, 3ଟା 45ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ସାଢେ ଚାରିଟାରେ ମଇଲମ ଓ ତଡପ ଲାଗି ହେବ ।

ଏହାସହ 5ଟାରେ ଅବକାଶ, 5ଟା 45ରେ ସୂର୍ଯ୍ୟପୂଜା, ସକାଳ 6ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, 6ଟା 20ରୁ 6ଟା 50ମଧ୍ୟରେ ପହିଲି ଭୋଗ, ସାଢେ ସାତଟାରୁ 9ଟା ମଧ୍ୟରେ କୋଠଭୋଗ, ପରେ 9ଟା20ରୁ 10ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ 2ଟାରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ 2ଟା 30ରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ବାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ 9ଟାରେ ଚନ୍ଦନ ଲାଗିପରେ ରାତି 10ଟାରେ ମହାପ୍ରଭୁଙ୍କ ବଡସିଂହାର ବେଶ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି 11ଟାରେ ପହୁଡ଼ ହେବ ବୋଲି ନୀତି ସବକମିଟି ବୈଠକରେ ନିଷ୍ପତି ହୋଇଛି |

ତେବେ ଭକ୍ତଙ୍କ ଗହଳିକୁ ଲକ୍ଷ କରି ଡିସେମ୍ବର 31 ତାରିଖ ଦିନ ସଅଳ ପହୁଡ଼ ଓ ନୂଆବର୍ଷ ଦିନ ସଅଳ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ | ଆସନ୍ତା 20ରେ ବସିବାକୁ ଥିବା ପରିଚାଳନା କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟରେ ମୋହର ବାଜିବା ବାକି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ପହିଲି ଭୋଗ ନୀତି ନିର୍ଘଣ୍ଟ ହେଲା ଚୂଡାନ୍ତBody:ଚୂଡାନ୍ତ ହୋଇଛି ପହିଲି ଭୋଗ ଓ ସୂର୍ଯ୍ୟପରାଗ ନୀତି | ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ନୀତି ସବକମିଟି ବୈଠକରେ ହୋଇଛି ଚୂଡାନ୍ତ | ସଅଳ ନୀତି ସାଙ୍ଗକୁ ସଅଳ ଅଭଡା ଯେମିତି ବାହାରିବ ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି | ତେବେ ଆସନ୍ତା 25 ତାରିଖରେ ସୂର୍ଯ୍ୟପରାଗ ପାଇଁ ରାତି 8ଟା 20ରୁ ପାକତ୍ୟାଗ ହେଉଥିବାରୁ ଶୀଘ୍ର କିଭଳି ନୀତି ସମ୍ପାଦନ ହେବ ସେନେଇ ମଧ୍ୟ ବୈଠକରେ ନିଷ୍ପତି ହୋଇଛି | ଆସନ୍ତା 16 ତାରିଖରେ ପବିତ୍ର ଧନୁସଂକ୍ରାନ୍ତି | ଏହିଦିନ ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇ ଜାନୁଆରୀ 15 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଚାଲିବ | ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 3ଟା ରେ ଦ୍ୱାର ଫିଟା, 3ଟା 30ରେ ଭିତର ଶୋଧ, 3ଟା 45 ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ସାଢେ ଚାରିଟାରେ ମଇଲମ ଓ ତଡପ ଲାଗି, 5ଟା ରେ ଅବକାଶ, 5ଟା 45ରେ ସୂର୍ଯ୍ୟପୂଜା, ସକାଳ 6ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, 6ଟା 20ରୁ 6ଟା 50ମଧ୍ୟରେ ପହିଲି ଭୋଗ, ସାଢେ ସାତଟା ରୁ 9ଟା ମଧ୍ୟରେ କୋଠଭୋଗ, ପରେ 9:20ରୁ 10ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ 2ଟାରେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ସାଢେ ଦୁଇଟାରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ 9ଟାରେ ଚନ୍ଦନ ଲାଗି ପରେ ରାତି 10ଟା ରେ ମହାପ୍ରଭୁ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି 11ଟାରେ ପହୁଡ଼ ହେବ ବୋଲି ନୀତି ସବକମିଟି ବୈଠକ ରେ ନିଷ୍ପତି ହୋଇଛି | ତେବେ ଭକ୍ତଙ୍କ ଗହଳି କୁ ଲକ୍ଷ କରି ଡିସେମ୍ବର 31 ତାରିଖ ଦିନ ସଅଳ ପହୁଡ଼ ଓ ନୂଆବର୍ଷ ଦିନ ସଅଳ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ | ଆସନ୍ତା 20 ତାରିଖରେ ବସିବାକୁ ଥିବା ପରିଚାଳନା କମିଟି ବୈଠକ ରେ ଏହି ନୀତି ନିର୍ଘଣ୍ଟ ରେ ମୋହର ବାଜିବାକୁ ବାକି ରହିଛି |

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.