ETV Bharat / city

ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ

author img

By

Published : Jul 13, 2021, 10:53 PM IST

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ରାତ୍ର ୯ଟା ସୁଦ୍ଧା ଚତୁର୍ଦ୍ଧା ବିଗ୍ରହ ଆଡପମଣ୍ଡପରେ ବିଜେ କରିଛନ୍ତି । ଅଧିକ ପଢନ୍ତୁ..

ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ
ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ

ପୁରୀ: ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ । ଆଜି ରଥାରୁଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଛି । ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ମହାପ୍ରଭୁ ଜନ୍ମବେଦୀକୁ ଯାଇଛନ୍ତି । ରାତ୍ର ୯ ଟା ସୁଦ୍ଧା ଚତୁର୍ଦ୍ଧା ବିଗ୍ରହ ଆଡପମଣ୍ଡପରେ ବିଜେ କରିଛନ୍ତି ।

ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ

ହେଲେ ବର୍ଷାରେ ଭିଜିଛନ୍ତି ପ୍ରଭୁ ବଳଭଦ୍ର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ସମୟରେ ମଧ୍ୟ ବର୍ଷା ହୋଇଥିଲା । ଏହା ପ୍ରଭୁଙ୍କ ଅଲୌକିକତା ବୋଲି ଆଲୋଚନା ଚାଲିଛି । ମହାପ୍ରଭୁଙ୍କ ପହଣ୍ଡି ପରେ ନନ୍ଦିଘୋଷ ରଥ ଠାରୁ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଯାଏଁ ପାଦଚିହ୍ନ ପଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ଅନୁକୂଳ ପାଗ ମଧ୍ୟରେ ଚାରମାଳ ବନ୍ଧା ଯିବା ପରେ ମୁଦିରସ୍ତଙ୍କ ଦ୍ୱାରା ପୁଷ୍ପାଞ୍ଜଳି ହୋଇଥିଲା । ଶ୍ରୀମସ୍ତକରେ ସୁସଜ୍ଜିତ ଟାହିଆ ଲାଗି ପରେ ପତିମହାପାତ୍ରଙ୍କ ଦ୍ୱାରା ବନ୍ଦାପନା ଓ ଘଷାଜଳ ନୀତି ସମ୍ପନ୍ନ ହୋଇଥିଲା ।

ପ୍ରଥମେ ତାଳଧ୍ୱଜ ରଥରୁ ରାମକୃଷ୍ଣ ଓ ନନ୍ଦିଘୋଷ ରଥରୁ ମଦନମୋହନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ତା'ପରେ ଚକ୍ରରାଜ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହୋଇଥିଲେ । ତେବେ ଶୃଙ୍ଖଳାର ସହ ଆଡ଼ପ ପହଣ୍ଡି ସରିଛି । ଏଥିପାଇଁ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ ଓ ସେବାୟତ । ଆଡ଼ପ ପହଣ୍ଡି ସମୟରେ ଜଣେ କୁନି ସେବାୟତ ସ୍ୱୟଂଙ୍କ ପାଇକ ଓ ସର୍କସ ଖେଳ ସମସ୍ତଙ୍କୁ ବିମୋହିତ କରିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.