ETV Bharat / city

ବୋଇତ ବନ୍ଦାଣ ଉତ୍ସବ,ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ - ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଓଡିଆଙ୍କ ଧର୍ମ ମାସ ରୂପେ ପରିଚିତ କାର୍ତ୍ତିକ ମାସ। ଆଜି ସେହି ପବିତ୍ର କାର୍ତ୍ତିକ ମାସର ଶେଷ ଦିନ, ଯାହା କାର୍ତ୍ତିକ ପୂର୍ଣ୍ଣିମା ଭାବରେ ପରିଚିତ । ବଢି ଭୋରରୁ ନଦୀ ପୁସ୍କରଣୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ। ଅଧିକ ଖବର ପଢନ୍ତୁ...

ବୋଇତ ବନ୍ଦାଣ ଉତ୍ସବ,ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
author img

By

Published : Nov 12, 2019, 10:23 AM IST

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ। ଏନେଇ ପାହାନ୍ତିଆରୁ ବିଭିନ୍ନ ପୁଷ୍କରିଣୀ, ନଦୀ ଓ ସମୁଦ୍ରରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଆ ଓ ସୋଲ ଡଙ୍ଗା ଭସାଇଛନ୍ତି।

kartika purnima
ବୋଇତ ବନ୍ଦାଣ ଉତ୍ସବ,ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଏହି ପବିତ୍ର ଦିନରେ ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଛନ୍ତି ଲୋକେ। ଅତୀତରେ ଓଡିଶାର ସାଧବ ପୁଅ ମାନେ ବିଭିନ୍ନ ବ୍ୟବସାୟ କରିବା ନେଇ ଜାଭା , ସୁମାତ୍ରା ଆଦି ଯାଉଥିଲେ। ଏହି ସମୟରେ ସେମାନେ ଯାତ୍ରା ଆରମ୍ଭ କରୁଥିଲେ। ଏଣୁ କାର୍ତ୍ତିକ ପୂର୍ଣ୍ଣିମାରେ ସେହି ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ଏହି ଡଙ୍ଗା ଭସା ପରମ୍ପରା ରହିଛି।

ଖାଲି ସେତିକି ନୁହେଁ, ଏହାର ମଧ୍ୟ ଆଧ୍ୟାତ୍ମିକ ଦିଗ ରହିଛି। ମାସ ସାରା କାର୍ତ୍ତିକ ବ୍ରତ ପାଳନ କରି ମାସ ଶେଷ ଦିନରେ ଡଙ୍ଗା ଭସାଯାଏ । ଏ ଡଙ୍ଗା ହେଉଛି ଧର୍ମ ଡଙ୍ଗା। ସେଥିପାଇଁ ଡଙ୍ଗା ଭସାଇବା ବେଳେ ଆମେ କହିଥାଉ ଆ କା ମା ଵୈ ପାନ ଗୁଆ ଥୋଇ ପାନ ଗୁଆ ତୋହର, ମାସକ ଧର୍ମ ମୋହର।

ଅର୍ଥାତ କାର୍ତ୍ତିକ ମାସରେ ଆମେ ଯେଉଁ ପୁଣ୍ୟ ଅର୍ଜନ କଲୁ ଆଜି ସେହି ପୁଣ୍ୟକୁ ନୌକା ଆଧାରରେ ବିସର୍ଜିତ କରୁଛୁ। ହେ କାର୍ତ୍ତିକ ମାସ ଆସିଥିଲ,ଆମକୁ ଧର୍ମ ପ୍ରଦାନ କଲ ଏବଂ ଆମେ ଧର୍ମ ଅର୍ଜନ କଲୁ। ଆଜି କାର୍ତ୍ତକ ମାସକୁ ଆମେ ବିଦାୟ ଦେଉଛୁ। ବିଦାୟ ବେଳରେ ପାନ ଗୁଆ ଥୋଇ କି ଆପଣଙ୍କ ବିଦାୟ ଦେଉଛୁ। ଏବଂ ହେ କାର୍ତ୍ତିକ ମାସ ଆମକୁ ପୁଣ୍ୟ ଦେଇ ଯାଆନ୍ତୁ। ଏଣୁ ଧର୍ମ ଟିକେ ପାଇବା ପାଇଁ କାର୍ତ୍ତିକ ମାସ ପାଖରେ ପ୍ରାର୍ଥନା କରାଯାଇ ଥାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବୋଇତ ବନ୍ଦାଣBody:ଆଜି କାର୍ତ୍ତିକ ପୂର୍ଣ୍ଣିମା। ବୋଇତ ବନ୍ଦାଣ ଉତ୍ସବ। ଆଜି ଭୋରୁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଚି। । ନଦୀ ଓ ପୁଷ୍କରିଣୀମାନଙ୍କରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଅ ଓ ଶୋଲଡଙ୍ଗା ଭସାଇଥିଲେ। ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ ଲୋକେ। ଅତୀତ ରେ ଓଡିଶା ର ସାଧବ ପୁଅ ମାନେ ବିଭିନ୍ନ ବ୍ୟବସାୟ କରିବା ନେଇ ଜାଭା , ସୁମାତ୍ରା ଆଦି ଯାଉଥିଲେ। ଏହି ସମୟ ରେ ସେମାନେ ଯାତ୍ରା ଆରମ୍ଭ କରୁଥିଲେ। ଏଣୁ କାର୍ତିକ ପୂର୍ଣ୍ଣିମା ରେ ସେହି ସ୍ମୃତି କୁ ଉଜିବିତ କରିବା ପାଇଁ ଏହି ଡଙ୍ଗା ଭସା ପରମ୍ପରା ରହିଛି।
ଏହାର ମଧ୍ୟ ଅଧ୍ୟତ୍ମିକ ଦିଗ ରହିଛି। ମାସ ସାରା କାର୍ତିକ ବ୍ରତ ପାଳନ କରି ମାସ ଶେଷ ରେ ଡଙ୍ଗା ଭସେଇ ଦିଆଯାଏ। ଏ ଡଙ୍ଗା ହେଉଛି ଧର୍ମ ଡଙ୍ଗା ।, ସେଥିପାଇଁ ଡଙ୍ଗା ଭସାଇବା ବେଳେ ଆମେ କହିଥାଉ ଆ କା ମା ଵୈ ପାନ ଗୁଆ ଥୋଇ ପାନ ଗୁଆ ତୋହର , ମାସକ ଧର୍ମ ମୋହର। ଅର୍ଥାତ କାର୍ତିକ ମାସରେ ଆମେ ଯେଉଁ ପୁଣ୍ୟ ଅର୍ଜନ କଲୁ ଆଜି ସେହି ପୁଣ୍ୟ କୁ ନୌକା ଆଧାର ରେ ବିସର୍ଜିତ କରୁଚୁ। ହେ କାର୍ତିକ ମାସ ଆସିଥିଲ , ଆମକୁ ଧର୍ମ ପ୍ରଦାନ କଲ ଏବଂ ଆମେ ଧର୍ମ ଅର୍ଜନ କଲୁ। ଆଜି କାର୍ତ୍ତକ ମାସ କୁ ଆମେ ବିଦାୟ ଦେଉଛୁ । ବିଦାୟ ବେଳରେ ପାନ ଗୁଆ ଥୋଇ କି ଆପଣଙ୍କ ବିଦାୟ ଦେଉଛୁ। ଏବଂ ହେ କାର୍ତିକ ମାସ ଆମକୁ ପୁଣ୍ୟ ଦେଇ ଯାଆନ୍ତୁ। ଏଣୁ ଧର୍ମ ଟିକେ ପାଇବା ପାଇଁ କାର୍ତିକ ମାସ ପାଖରେ ପ୍ରାର୍ଥନା କରାଯାଇ ଥାଏ।

ବାଇଟ,, ନରେସ ଦାସ , ଜଗନ୍ନାଥ ସଂସ୍କୃତି ଗବେଷକ।
ବାଇଟ2,, ପର୍ଯ୍ୟଟକ
ବାଇଟ3,, ପର୍ଯ୍ୟଟକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.