ETV Bharat / city

ମୃତ୍ୟୁଶଯ୍ୟାରେ ଶୋଇଥିଲା ଝିଅ, ମହାମାରୀ ବିରୋଧରେ ଲଢୁଥିଲା ମା’

author img

By

Published : Mar 1, 2021, 4:40 PM IST

Updated : Mar 1, 2021, 7:59 PM IST

ପୃଥିବୀର ସବୁ ସ୍ନେହ ତା' ପାଖେ ସରିଯାଏ । କଷଣରେ ରହି ବି ସେ କର୍ତ୍ତବ୍ୟ ଭୁଲେ ନାହିଁ । ସେ ଯୁଗେ ଯୁଗେ ଯୋଦ୍ଧା। କେବେ ସେ ମମତାର ମହାନ ପ୍ରତିଛବି ତ କେବେ ସଂଗ୍ରାମର ଅନନ୍ୟ ଉଦାହରଣ । ଭାଗ୍ୟର ବିଡମ୍ବନା ବି ତାକୁ ଭାଙ୍ଗି ପାରେନା.. ଆଜି ଆମେ ସେମିତି ଜଣେ ମହାନ୍ ମହିଳାଙ୍କ କଥା କହୁଛୁ, ଯିଏ ମା’ର ମମତା ଭୁଲି ମହାମାରୀ ବିରୋଧରେ ଲଢିଥିଲେ, ଆଉ ଜୀବନ ଯୁଦ୍ଧରେ ହାରିଯାଇଥିଲା ତାଙ୍କ ଝିଅ...

କୋଭିଡ ଯୋଦ୍ଧା ଗୌରୀ, କର୍ତ୍ତବ୍ୟ ଆଗରେ ପଛରେ ପଡିଲା ମା' ମମତା

ପୁରୀ: ମାର୍ଚ୍ଚ 8 ତାରିଖକୁ ବିଶ୍ୱ ମହିଳା ଦିବସ ଭାବେ ପାଳନ କରାଯାଏ । ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଓ ପ୍ରଶଂସା ପାଇଁ ସାରା ବିଶ୍ଵରେ ବିଶ୍ୱ ମହିଳା ଦିବସ ପାଳନ କରାଯାଏ । ଜାତିସଂଘ ପକ୍ଷରୁ ସାରା ବିଶ୍ୱରେ ଏହି ଦିବସ ପାଳନ ନେଇ ପ୍ରଥମେ ଆରମ୍ଭ କରାଯାଇଥିଲା । ତେବେ ପୁରୀର ପିପିଲି ଥାନା ସଅଁପୁର ଗ୍ରାମର ଗୌରୀ ବେହେରାଙ୍କୁ ବିଶ୍ୱ ମହିଳା ଦିବସ ଅବସରରେ ସମସ୍ତେ ମନେ ପକାଉଛନ୍ତି ।

ମୃତ୍ୟୁଶଯ୍ୟାରେ ଶୋଇଥିଲା ଝିଅ, ମହାମାରୀ ବିରୋଧରେ ଲଢୁଥିଲା ମା’

ତାଙ୍କର ତ୍ୟାଗ, କର୍ତ୍ତବ୍ୟ ପ୍ରତି ନିଷ୍ଠା ଅତ୍ୟନ୍ତ ବିରଳ। ସେ ଜଣେ ହୋମଗାର୍ଡ ଭାବେ ପୁରୀର ପିପିଲି ଥାନାରେ କାର୍ଯ୍ୟ କରନ୍ତି । ତେବେ କୋରୋନା ମହାମାରୀ ପାଇଁ ଲକଡାଉନ୍ ବେଳେ ସେ ଯେତେବେଳେ ଡ୍ୟୁଟିରେ ଥିଲେ ତାଙ୍କର ଏକ ମାତ୍ର ଝିଅକୁ ହରାଇଥିଲେ । ଝିଅକୁ ଲିଭର କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇ ଥିଲେ ମଧ୍ୟ ତାକୁ ଘରେ ଛାଡ଼ି ସେ କୋଭିଡ ଡ୍ୟୁଟିରେ ଥିଲେ । ଝିଅ ରୋଗଶଯ୍ୟାରେ ପଡିଥିଲେ ମଧ୍ୟ କେବେବି କର୍ତ୍ତବ୍ୟରେ ଅବହେଳା ନକରି ପ୍ରତିଦିନ ଡ୍ୟୁଟିକୁ ଯାଉଥିଲେ ଗୌରୀ ।

ଯାହାକି ପ୍ରମାଣ କରୁଛି ହୋମଗାର୍ଡ ଗୌରୀଙ୍କ କାର୍ତ୍ତବ୍ୟ ପରାୟଣତା । ତେବେ ଏକ ମାତ୍ର ଝିଅକୁ ସେ ହରାଇ ଥିଲେ ମଧ୍ୟ ଭାଙ୍ଗି ନପଡି ଆଜି ପର୍ଯ୍ୟନ୍ତ ଡ୍ୟୁଟି କରୁଛନ୍ତି। ସେଥିପାଇଁ ପିପିଲି କାହିଁକି ସାରା ରାଜ୍ୟରେ ସେ ନିଷ୍ଠାପର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୌରୀଙ୍କ କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶଂସାରେ ଶତମୁଖ ହୋଇଥିଲେ ।

2020 ମସିହା ଏପ୍ରିଲ 24 ତାରିଖ । ଏହି ଦିନ ଗୌରୀଙ୍କ ପାଇଁ ଥିଲା ଏକ କଳା ଦିନ । ଏହିଦିନ ସେ ଡ୍ୟୁଟିରେ ଥିବା ବେଳେ ତାଙ୍କର ଏକ ମାତ୍ର ଝିଅ ଲୋପାମୁଦ୍ରା କ୍ୟାନ୍ସର ରୋଗରେ ଆଖି ବୁଝି ଥିଲେ । ତେବେ ପୂର୍ବରୁ ଅନେକ ଜାଗାରେ ନିଜ ଝିଅର ଚିକିତ୍ସା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଅର୍ଥାଭାବ ଓ ଡ୍ୟୁଟିରେ ଥିବା ଯୋଗୁ ସମୟ ଅଭାବ ପାଇଁ ଗୌରୀ ଝିଅକୁ ବଞ୍ଚାଇପାରି ନଥିଲେ । ଫଳରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ଆଖି ବୁଜିଥିଲେ । ଏପଟେ ଗୌରୀଙ୍କ ଉପରେ ତାଙ୍କ ପରିବାର ନିର୍ଭରଶୀଳ । ତାଙ୍କର ଗୋଟିଏ ଭାଇ ମାନସିକ ବିକୃତ ଥିବା ବେଳେ ବୁଢ଼ା ବାପା ମାଙ୍କ ଦାୟିତ୍ବ ମଧ୍ୟ ଗୌରୀଙ୍କ କାନ୍ଧରେ । ସେହିପରି ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଛାଡି କେଉଁ ଆଡେ ପଳାଇଛନ୍ତି ।

ସ୍ବଳ୍ପ ବେତନ ପାଇଁ ଭଙ୍ଗା ଘରେ ରହୁଛନ୍ତି ଗୌରୀ । ସୁଖ ଦୁଃଖ ମଧ୍ୟରେ ଘର ସଂସାର ଚାଲି ଥିବାବେଳେ ଏକ ମାତ୍ର ଝିଅର ମୃତ୍ୟୁ ପରେ ସେ ଅସହାୟ ହୋଇ ପଡିଛନ୍ତି । ତେବେ ଗୌରୀଙ୍କ ଭଳି ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ଓ ପ୍ରଶାସନ ଏକ ବାସଗୃହ ଯୋଗାଇ ଦେବା ସହ ପୋଲିସ ବିଭାଗରେ ଏକ ସ୍ଥାୟୀ ଚାକିରୀ ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ଗୌରୀ ବେହେରା ଭଳି ଜଣେ କୋଭିଡ ଯୋଦ୍ଧା କର୍ତ୍ତବ୍ୟ ପାଇଁ ନିଜ ପରିବାରକୁ ଭୁଲି ଯାଇଥିଲେ । ଗଣମାଧ୍ୟମ ଚର୍ଚ୍ଚା ପରେ ପ୍ରଶାସନ ତାଙ୍କୁ ଏକ ବାସଗୃହ ଓ ଆର୍ଥିକ ସହାୟତା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ସମୟ ବିତିବା ସହ ପ୍ରତିଥର ଭଳି ପ୍ରଶାସନ ମଧ୍ୟ କୌଣସି ପ୍ରତିଶୃତି ପାଳନ କରିନି । ସବୁଠୁ ବଡ଼ କଥା ହେଉଛି ଗୌରୀ କେବେବି ପ୍ରଶାସନ ଅଥବା ସରକାରଙ୍କୁ କିଛି ଦାବି କରି ନାହାନ୍ତି । ତେବେ ସମାଜ ହିତ ପାଇଁ ନିଜ ପରିବାରକୁ ପଛରେ ପକାଇ କର୍ତ୍ତବ୍ୟ କରିଥିବା ଏହି କୋଭିଡ ଯୋଦ୍ଧାକୁ କେବେ ପୁରୀ ପ୍ରଶାସନ ସାହାଯ୍ୟର ହାତ ବଢ଼ାଉଛି ତାକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 1, 2021, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.