ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଫେସବୁକ ଆକାଉଣ୍ଟରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ବ୍ୟକ୍ତି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି । ସେ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି । କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍ଫି ଉଠାଇ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସଞ୍ଜୟ ।
ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଦ୍ଧ ଥିବାବେଳେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ସେଲଫି ଉଠାଇ ଫଟୋ ଭାଇରାଲ୍ କଲେ କିପରି ? ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଭକ୍ତ ଜଣକ କିପରି ସୁରକ୍ଷା ଭେଦ କଲେ ? ପୂର୍ବରୁ ମଧ୍ୟ ଏଭଳି ଘଟଣାମାନ ଘଟିଛି । ବାରମ୍ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେଉଥିବା ବେଳେ ଏହାର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।