ETV Bharat / city

ପୁରୀରେ ନକଲି ନୋଟ କାରବାର, ପୋଲିସର ତଦନ୍ତ ଆରମ୍ଭ - ତେଜରାତି ଦୋକାନ

ପୁରୀ ନକଲି ନୋଟ କାରବାର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ଏକ ତେଜରାତି ଦୋକାନ ଜିନିଷ କିଣିବା ପରେ ନକଲି ଶହେ ଟଙ୍କିଆ ନୋଟ ଦେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ନକଲି ନୋଟ କାରବାର, ପୋଲିସର ତଦନ୍ତ ଆରମ୍ଭ
ନକଲି ନୋଟ କାରବାର, ପୋଲିସର ତଦନ୍ତ ଆରମ୍ଭ
author img

By

Published : Feb 26, 2020, 9:35 AM IST

ପୁରୀ: ଜିଲ୍ଲାରେ ନକଲି ନୋଟ କାରବାର ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏକ ତେଜରାତି ଦୋକାନ ଜିନିଷ କିଣିବା ପରେ ନକଲି ଶହେ ଟଙ୍କିଆ ନୋଟ ଦେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।

ନକଲି ନୋଟ କାରବାର, ପୋଲିସର ତଦନ୍ତ ଆରମ୍ଭ

ତେବେ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ପୁରୀ ବାଲି ସାହିରେ ତେଜରାତି ଦୋକାନ କରିଥିବା କିରଣ କୁମାର ଗୁହାଙ୍କ ଦୋକାନରୁ ଜଣେ ମହିଳା 60 ଟଙ୍କାର ସାମଗ୍ରୀ କିଣିଥିଲେ। ଉକ୍ତ ମହିଳା ଏଥିପାଇଁ ଶହେ ଟଙ୍କା ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଉକ୍ତ ଶହେ ଟଙ୍କାକୁ ନେଇ କିରଣ ଗୁହାଙ୍କ ସନ୍ଦେହ ହୋଇଥିଲା ।

ପରେ ସେ ଦେଖିଥିଲେ ଯେ ନୋଟରେ ଥିବା ଧଳା ଜାଗାରେ ମହାତ୍ମାଗାନ୍ଧୀ ଚିତ୍ର ଓ ନୋଟରେ ରହୁଥିବା ସୁରକ୍ଷା ଲାଇନ ମଧ୍ୟ ନଥିଲା । ଶହେ ଟଙ୍କାଟି ନକଲି ଜଣାପଡିବା ପରେ କିରଣ ଗୁହା ସଙ୍ଗେସଙ୍ଗେ ପୁରୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ପୁରୀ ସହରରେ ନକଲି ନୋଟ କାରବାର ପଛରେ କାହାର ହାତ ଥିବା ନେଇ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.