ETV Bharat / city

ତିନି ରଥରେ ଖଞ୍ଜା ହେଲା ଧୂଳି ଦଣ୍ଡା ଓ ପାର୍ଶ୍ଵ ଦେବାଦେବୀ

author img

By

Published : Jul 3, 2021, 7:38 AM IST

ଶେଷ ପର୍ଯ୍ୟାୟରେ ପହଁଚିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ନାହାକାରେ ଲାଗିଲା 'ଚନ୍ଦ୍ରଶାଳୀ', 'ଧ୍ୱଜ ବତା', ଧୂଳିଦଣ୍ଡା । ଅଧିକ ପଢନ୍ତୁ...

ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ, ରଥରେ ଫିଟିଙ୍ଗ ହେଲା ଧୂଳି ଦଣ୍ଡା ଓ ପାର୍ଶ୍ଵ ଦେବାଦେବୀ

ପୁରୀ: ରଥଯାତ୍ରା ପାଇଁ ତିନିରଥର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ତିନି ରଥର ୪ଟି ଲେଖାଏଁ ଦୁଆର ବେଢା ରଥ ଉପରକୁ ଉଠି ସାରିଛି । ଉକ୍ତ ଦୁଆର ବେଢାର ଉପର ଭାଗ 'ଚନ୍ଦ୍ରଶାଳୀ' ରେ 'ଧ୍ୱଜ ବତା' ସଂଯୋଗ ହୋଇ ଦୁଆର ବେଢା ମଜଭୁତ ହୋଇ ରହିବା ପାଇଁ ମଝି ଭୁଇଁ ଶେଣୀରେ କଣ୍ଟା ବସି ଫିଟିଙ୍ଗ କରାଯାଇଛି ।

ଏଥିସହ ତିନିରଥର 'ପ୍ରଭା' ଫିଟିଙ୍ଗ ପାଇଁ ସିଂହାସନ ବେଦୀ ପଛଭାଗ ଚଉଦ ନାହାକାର ପଛ ଦୁଇ ନାହାକାରେ ଦୁଇଗୋଟି 'ଧୂଳିଦଣ୍ଡା ଫିଟିଙ୍ଗ କରାଯାଇଅଛି । ଏଥିସହ ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ମଧ୍ୟ ଭାଗରେ 'କନକ ମୁଣ୍ଡି' ବସି କନକ ମୁଣ୍ଡିରୁ ୪ଗୋଟି କାଣ୍ଡ ଏବଂ ୨୦ଟି ରୁଅ ଗମ୍ବୁଜା କାର ଭାବେ ସେଟିଙ୍ଗ କରାଯାଇଛି, ଏହା ପରେ ସେଥିରେ ପିତଳ ଚାଦର ଆବରଣ ବର୍ଷା ପାଣି ନପଡିବା ପାଇଁ ଲାଗି ହେବ ।

ତିନି ରଥରେ 'ହାତିଆଳ ମାଳ ବା ବତାଫାଳିଆ (କାଠ ବଟନ) 'ବଡ ଥଳ ପୋଟଳ' ଠାରୁ 'ଚନ୍ଦ୍ରଶାଳୀ' (ଦୁଆର ବେଢା ଉପର) ପର୍ଯ୍ୟନ୍ତ ଫିଟିଙ୍ଗ କରାଯାଇଛି ,ଏହାପରେ ରଥ ଚାରି କୋଣରେ ମଣ୍ଡନୀ ବତା ଫିଟିଙ୍ଗ ହେବ । ଏଥିସହ ତିନିରଥର ପୋଟଳ ତଳକୁ ଚାରି ଗୋଟି ଲେଖାଁଏ ଋଷିପଟା ଖଞ୍ଜା ଯାଇଛି । ରୂପକାର ସେବକ ମାନେ ତିନିରଥର 'ପ୍ରଭା'ରେ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ତିନିରଥର ଚିତ୍ରକାର ସେବକ ମାନେ ହଂସ ପଟା,ସଖୀ, ପାର୍ଶ୍ୱ ଦେବାଦେବୀ ସାରଥୀ, ରଥରେ ଲଗା ହୋଇଥିବା ବେଳେ ଚାର ପରିଛା, ପଟାଗୁଜ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ତିନିରଥର ଦରଜୀ ସେବକ ମାନେ ରଥ ବତା କନାରେ ଲେସ ଫିଟିଙ୍ଗ ପରେ ଦୁଆର ବେଢାଉପର ଚନ୍ଦ୍ରଶାଳୀ କଟିଙ୍ଗ କରି ସେଥିରେ ଜରିଲେସ ଫିଟିଙ୍ଗ କାର୍ଯ୍ୟ କରୁଛନ୍ତି । ଦୋଳବେଦୀରେ ଥିବା ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ରଥରେ ଦୁଆର ବେଢା ଫିଟିଙ୍ଗ ପାଇଁ ଧ୍ଵଜବତା କଣ୍ଟା, ଧୂଳିଦଣ୍ଡା କଣ୍ଟା, ଯୋଗାଇବା ସହ ଘୋଡା, ସାରଥିଙ୍କ ପାଇଁ ବାଗିଆ କଣ୍ଟା, ଏବଂ ଶୁଆକଣ୍ଟା ନିର୍ମାଣ ସାରି ସାଇତି ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.