ETV Bharat / city

ସ୍ନାନବେଦୀରେ ସାଆନ୍ତେ, ଦର୍ଶନ ପାଇ ଭକ୍ତ ଭାବବିହ୍ଵଳ

author img

By

Published : Jun 14, 2022, 11:58 AM IST

Updated : Jun 14, 2022, 12:42 PM IST

କୋଟି ଓଡିଆଙ୍କ କଳାଠାକୁର, ଅଖିଳ ବ୍ରହ୍ମାଣ୍ତ ନାଥ ପ୍ରଭୁ ଜଗନ୍ନାଥ । ନଥାଏ ତା ପାଖେ ଜାତିଆଣ ଭାବ । ଭକ୍ତର ଭାବକୁ ବୁଝେ ସେ ଆଉ ଟିକେ ତାକୁ ଆଖିରେ ଦେଖିବାକୁ ଚାତକ ପରି ଚାହିଁଥାଏ ଭକ୍ତ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଭଗବାନଙ୍କୁ ପାଖରୁ ଦର୍ଶନ କରି ଆଶିଷ ଲାଭ କରୁଛି ଭକ୍ତ । ଅଧିକ ପଢନ୍ତୁ

ସ୍ନାନବେଦୀରେ ସାଆନ୍ତେ
ସ୍ନାନବେଦୀରେ ସାଆନ୍ତେ

ପୁରୀ: ସେ ପରା ସାଆନ୍ତ । କପଟିଆ ହେଲେ ବି କୋଟି ଓଡିଆଙ୍କ କଳାଠାକୁର । ଅଖିଳ ବ୍ରହ୍ମାଣ୍ତ ନାଥ ସେ ପ୍ରଭୁ ଜଗନ୍ନାଥ । ନଥାଏ ତା ପାଖେ ଜାତିଆଣ ଭାବ ଭକ୍ତର ଭାବକୁ ବୁଝେ ସେ ଆଉ ଟିକେ ତାକୁ ବେନି ନୟନରେ ଦେଖିବାକୁ ଚାତକ ପରି ଚାହିଁଥାଏ ଭକ୍ତ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ସାଆନ୍ତଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଭଗବାନକୁ ଦେଖି ଭାବ ବିହ୍ବଳ ହୋଇଛନ୍ତି ଭକ୍ତ ।

ସ୍ନାନବେଦୀରେ ସାଆନ୍ତେ, ଦର୍ଶନ ପାଇ ଭକ୍ତ ଭାବବିହ୍ଵଳ

ଜଗତ କରତା ଜଗନ୍ନାଥ ପୁଣି ନିରାକାର, ସେ ତ ଭକତ ଭାବରେ ବନ୍ଧା ଭାବ ବିନୋଦିଆ । ଶ୍ରୀମନ୍ଦିର ପ୍ରସିଦ୍ଧ ଦ୍ବାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ହେଉଛି ଅନ୍ୟଯାତ୍ରା । ଏହିଦିନ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କ ଜନ୍ମଦିନ ବୋଲି କୁହାଯାଏ । ଆଜି 108 ଗରା ସୁବାଷିତ ଗରା ଜଳରେ ସ୍ନାନ କରିବେ ଚତୁର୍ତ୍ତାମୂର୍ତ୍ତୀ । ତାଙ୍କୁ ବେନିୟନରେ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ । ଏହି ଦିନ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ସୁବ୍ୟବସ୍ଥା କରାଯାଇଛି । 2 ବର୍ଷ ପରେ ସ୍ନାନମଣ୍ଡପରେ ସାଆନ୍ତେଙ୍କୁ ଦେଖୁ କୃତ୍ୟକୃତ୍ୟ ହୋଇଛି ଭକ୍ତ । ଶାନ୍ତିପୂର୍ଣ୍ଣ ଭାବରେ କାଳିଆକୁ ଦର୍ଶନ କରିଛନ୍ତି ଭକ୍ତଗଣ ।

Last Updated : Jun 14, 2022, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.