ETV Bharat / city

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ, ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବି ନେଇ ଓଡିଶା ସ୍ପେଶାଲ ଏଜୁକେସନ ଫେଡରେସନ ଫର ଦିବ୍ୟାଙ୍ଗ, ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ

demand
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନରେ ସ୍କୁଲ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ
author img

By

Published : Dec 7, 2021, 10:57 PM IST

ପୁରୀ: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନରେ ସ୍କୁଲ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନିଯୁକ୍ତି ଦାବି ନେଇ ଓଡିଶା ସ୍ପେଶାଲ ଏଜୁକେସନ ଫେଡରେସନ ଫର ଦିବ୍ୟାଙ୍ଗ ,ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏକ ଶୋଭାଯାତ୍ରା କରିଛନ୍ତି । ଏହା ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଛନ୍ତି।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନରେ ସ୍କୁଲ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ

ସଙ୍ଗଠନର ଅଭିଯୋଗ ଅନୁଯାୟୀ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ସ୍କୁଲ ଗୁଡିକରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରେନିଂ ପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦେଉନାହାନ୍ତି। ଯେତେବେଳେ ହରିୟାଣା, ପଞ୍ଜାବ ସମେତ ଦେଶରେ ଅଧିକାଂଶ ରାଜ୍ୟ ସ୍କୁଲରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିଛନ୍ତି ।

ତେବେ ଓଡିଶା ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଅବଜ୍ଞା କରି ଏହା ଓଡିଶାରେ ଲାଗୁ କରୁନାହାନ୍ତି। ଫଳରେ ଦିବ୍ୟାଙ୍ଗଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର କୋର୍ସ କରିଥିବା ଛାତ୍ର ଛାତ୍ରୀ ଏବେ ନିଯୁକ୍ତି ନ ପାଇ ବେକାର ହୋଇ ରହିଛନ୍ତି। ଯାହାକୁ ନେଇ ସେମାନେ ରାଜ୍ୟ ସରକାର ଙ୍କୁ ଚେତାଇ ଦେଇଛନ୍ତି। ସରକାର ଏହା ଲାଗୁ ନ କଲେ ବାଧ୍ୟ ହୋଇ ନ୍ୟାୟାଳୟର ଦ୍ୱାରସ୍ତ ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.