ETV Bharat / city

Chittaranjan Murder Case: ଉଠିଲା ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାମ

author img

By

Published : Dec 21, 2021, 1:57 PM IST

ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ ଆସୁଛି ନୂଆ ଟ୍ବିଷ୍ଟ । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରାଯାଉଛି । ଦୁର୍ଘଟଣାଜନିତ ହତ୍ୟା ବୋଲି ରିର୍ପୋଟରେ ଦର୍ଶାଯାଉଛି ଯାହାକୁ ମାନିବାକୁ ନାରାଜ ପରିବାର ଲୋକ । ଅଧିକ ପଢନ୍ତୁ

ଉଠିଲା ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାମ
ଉଠିଲା ଜଣେ ପ୍ରଭାବଶାଳୀ ବ୍ୟକ୍ତି ନାମ

ବ୍ରହ୍ମଗିରି: ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ ଆସୁଛି ନୂଆ ଟ୍ବିଷ୍ଟ । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରାଯାଉଛି । ଦୁର୍ଘଟଣାଜନିତ ହତ୍ୟା ବୋଲି ରିର୍ପୋଟରେ ଦର୍ଶାଯାଉଛି ଯାହାକୁ ମାନିବାକୁ ନାରାଜ ପରିବାର ଲୋକ। ଚିତ୍ତଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ସହ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅରୁଣ କୁମାର ମିଶ୍ରଙ୍କ ନାମ ନେଇଛନ୍ତି ପରିବାର ଲୋକ ।

ଚର୍ଚ୍ଚିତ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ ଆସୁଛି ନୂଆ ଟ୍ବିଷ୍ଟ

ରାଜନୈତିକ କାରଣରୁ ନେଇ କିଛି ଦିନ ତଳେ ଚିତ୍ତର ଝଗଡା ହୋଇଥିଲା। ଅରୁଣ ହେଉଛି ଜଗାର ସମ୍ପର୍କୀୟ ଏବଂ ଏହି ହତ୍ୟାରେ ଜଗା ସହିତ ଅରୁଣ ସାମିଲ ଅଛନ୍ତି । ପିଏମ ରିପୋର୍ଟକୁ ଭୁଲ କରାଇବାରେ ତାଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି । ପରିବାର ଲୋକେ କହିବା ଅନୁଯାୟୀ କ୍ରାଇମବ୍ରାଞ୍ଚଙ୍କୁ ଆମେ ଅରୁଣ ନାମ କହିଥିଲୁ ହେଲେ ତାକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଅଣାଯାଇନାହିଁ ଯାହା ଆମ ସନ୍ଦେହ ବଢାଉଛି ବୋଲି କହିଛନ୍ତି ପରିବାର ଲୋକ । କ୍ରାଇମବ୍ରାଞ୍ଚ ଆମକୁ ଉଚିତ ନ୍ୟାୟ ପ୍ରଦାନ କରୁ ଏବଂ ଦୋଷୀକୁ ଦଣ୍ଡ ଦେଇ ବୋଲି ପରିବାର ତରଫରୁ ଅନୁରୋଧ କରାଯାଇଛି ।

ପ୍ରକାଶ ଥାଉ କି, ଡିସେମ୍ବର ୧୩ ତାରିଖରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ PAଙ୍କ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୁରୀ ସଦର ଥାନା ଗଡ଼ମୃଗସିରାବ୍ରିଜ ନିକଟ ନୂଆନଈ ପଠାରୁ ତାଙ୍କ ମୃତଦେହ ମିଳିଥିଲା । ପୁରା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.