ETV Bharat / city

ନଦୀକୁ ଡେଇଁ ପଡିଲେ ଯୁବତୀ

author img

By

Published : Aug 21, 2021, 8:35 AM IST

Updated : Aug 21, 2021, 10:53 AM IST

ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବତୀ । ଏଭଳି ଘଟଣା ଘଟିଛି କାଠଯୋଡି ବ୍ରିଜ ଉପରେ । ଅଧିକ ପଢନ୍ତୁ...

ନଦୀ କୁ ଡେଇଁଲେ ଯୁବତୀ , କାରଣ ପ୍ରେମ ନା ପରିବାର ?

କଟକ: ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବତୀ । ଏଭଳି ଘଟଣା ଘଟିଛି କାଠଯୋଡି ବ୍ରିଜ ଉପରେ । ଯୁବତୀ ଜଣଙ୍କ ବ୍ରିଜ ଉପରେ ସ୍କୁଟି ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ୍ ରଖି ନଦୀକୁ ଡେଇଁବାକୁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟ କିଛି ଯୁବକ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ କାହାରି କଥା ନଶୁଣି ନଦୀକୁ ଡେଇଁ ପଡିଥିଲେ । ଫଳରେ ଖାନନଗର ପଞ୍ଚମୁଖୀ ହୁନମାନ ମନ୍ଦିର ନିକଟରୁ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

ନଦୀକୁ ଡେଇଁ ପଡିଲେ ଯୁବତୀ

ତେବେ ଯୁବତୀ ଜଣଙ୍କ ନାଁ ମମତା ପଣ୍ଡା, ସେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବୋଲି ପଚରାଉଚରା ପରେ ସ୍ପଷ୍ଟ ହୋଇଛି। ତେବେ କାହିଁକି ଯୁବତୀ ଜଣଙ୍କ ନଦୀକୁ ଡେଇଁ ଜୀବନ ହାରିବାକୁ ଚେଷ୍ଚା କରୁଥିଲେ, କଣ ରହିଛି ଏହା ପଛରେ କାରଣ, ପ୍ରେମ ନା ପାରିବାରିକ କଳହ, ନା ଆଉ କିଛି । ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 21, 2021, 10:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.