ETV Bharat / city

Bargarh Custodial Death: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ

author img

By

Published : Dec 7, 2021, 10:42 PM IST

ବହୁ ଚର୍ଚ୍ଚିତ ବରଗଡ଼ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ମାମଲା ପହଞ୍ଚିଲା ହାଇକୋର୍ଟରେ । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଗୋବିନ୍ଦ କୁମ୍ଭାରଙ୍କ ପତ୍ନୀ ରୁବୀ କୁମ୍ଭାର । ଅଧିକ ପଢ଼ନ୍ତୁ

Bargarh Custodial Death: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ
Bargarh Custodial Death: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ

କଟକ: ବହୁ ଚର୍ଚ୍ଚିତ ବରଗଡ଼ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ମାମଲା ପହଞ୍ଚିଲା ହାଇକୋର୍ଟରେ । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଗୋବିନ୍ଦ କୁମ୍ଭାରଙ୍କ ପତ୍ନୀ ରୁବୀ କୁମ୍ଭାର । ସେପ୍ଟେମ୍ବର ୨୫ ତାରିଖରେ ବରଗଡ଼ ଥାନାରେ ଦିଆଯାଇଥିବା ଏତଲା ରୁଜୁ କରିବା ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି ଗୋବିନ୍ଦ କୁମ୍ଭାରଙ୍କ ପତ୍ନୀ ରୁବୀ କୁମ୍ଭାର । ଏଥିରେ ବରଗଡ଼ SP, IIC ଓ ଗୃହ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି । ମାମଲାର ପରିଚାଳନା କରୁଛନ୍ତି ଆଇନଜୀବୀ ଗୋପାଳ ଜେନା ।

ଏହା ବି ପଢ଼ନ୍ତୁ: ଟାଉନଥାନା ହାଜତ ମୃତ୍ୟୁ ଘଟଣାକୁ ମାସେ, ଏବେବି ପୋଲିସ ହାତ ଖାଲି

ଗୋବିନ୍ଦ ମୃତ୍ୟୁ ଘଟଣାକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀମାନଙ୍କ ବିରୋଧରେ କୌଣସି FIR ରୁଜୁ କରିନାହିଁ । ଯାହାକୁ ନେଇ ବରଗଡ଼ ସହରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କୁ ବିଳମ୍ବିତ ରାତ୍ରିରେ ପୋଲିସ ଘରୁ ଉଠାଇ ଆଣିଥିଲା । ତା ପର ଦିନ ସକାଳୁ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ବାରମ୍ବାର ଆନ୍ଦୋଳନ ସତ୍ତ୍ବେ ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏବଂ କୋଶଲ ସେନା ପକ୍ଷରୁ ଆମରଣ ଅନଶନ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.