କଟକ: ଚିନ୍ତା ବଢାଇ ଦେଲାଣି କୋଭିଡର ଦ୍ୱିତୀୟ ଲହର । ଓଡିଶା ସ୍ଥିତି ମଧ୍ୟ ଚିନ୍ତାଜନକ । ଏହାରି ମଧ୍ୟର ଆଜି ଅନେକ ଜିଲ୍ଲାରେ ଟୀକାକରଣ ବନ୍ଦ ଯାହା ଚିନ୍ତାକୁ ଦ୍ବିଗୁଣିତ କରିଛି । ତେବେ ଟିକାର ଷ୍ଟକ ନଥିବାରୁ ଏପରି ଅବସ୍ଥା ଉପୁଜିଛି ବୋଲି ଏସସିବି ବଡ଼ ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଏସସିବିରେ 33 ହଜାର 3 ଶହ 34ଟା ଡୋଜ ଦିଆଯାଇଛି । ଏବେ କିନ୍ତୁ ଟିକା ନାହିଁ, କିଏ କ’ଣ କରିବ ? ଅନେକ ଲୋକେ ଅଜ୍ଞାତବଶତଃ ଆସି ଟିକା କେନ୍ଦ୍ରରୁ ଫେରିଛନ୍ତି । ଯେଉଁଥିପାଇଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ମହାମାରୀ ସମୟରେ ଟିକାର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଲୋକେ ହୃଦୟଙ୍ଗମ କରିସାରିଲେଣି । ସେଥିପାଇଁ କିଛି ମାତ୍ରାରେ ମନ ଊଣା କରିଛନ୍ତି ଲୋକେ । ଅନ୍ୟପଟେ ସିଡିଏମଓ କାର୍ଯ୍ୟାଳୟରୁ ଟିକା ପାସ ହେଲେ ପୁଣି ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବା ନେଇ କହିଛନ୍ତି ଏସସିବି ବଡ଼ ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ