ETV Bharat / city

ସିଡ଼ିଏ ଅଞ୍ଚଳରୁ ୨ କୁଖ୍ୟାତ ଲୁଟେରା ଗିରଫ, ଲାପଟପ୍ ସମେତ ମୋବାଇଲ ଜବତ

author img

By

Published : Mar 10, 2021, 10:41 PM IST

କଟକ CDA ଅଞ୍ଚଳରୁ ଜବତ ହେଲା ଚୋରା ଇଲେକ୍ଟ୍ରୋନିକ ସାମଗ୍ରୀ । ଏଥିରେ ସଂପୃକ୍ତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ଫେଜ୍-2 ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ  5ଟି ଲ୍ୟାପଟପ୍, 10ଟି ଫୋନ, 3ଟି ଏଲଇଡି, 4ଟି ଘଣ୍ଟା ଓ ଗୋଟିଏ ଡିଜିଟାଲ କ୍ୟାମେରା ଜବତ କରାଯାଇଛି । ଅଧିକ ପଢନ୍ତୁ...

ସିଡ଼ିଏ ଅଞ୍ଚଳରୁ ୨ କୁଖ୍ୟାତ ଲୁଟେରା ଗିରଫ, ବ୍ୟାପକ ଚୋରାସାମଗ୍ରୀ ଜବତ

କଟକ : କଟକ CDA ଅଞ୍ଚଳରୁ ଜବତ ହେଲା ଚୋରା ଇଲେକ୍ଟ୍ରୋନିକ ସାମଗ୍ରୀ । ଏଥିରେ ସଂପୃକ୍ତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ଫେଜ୍-2 ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ 5ଟି ଲ୍ୟାପଟପ୍, 10 ଟି ଫୋନ, 3 ଟି ଏଲଇଡି, 4 ଟି ଘଣ୍ଟା ଓ ଗୋଟିଏ ଡିଜିଟାଲ କ୍ୟାମେରା ଜବତ କରାଯାଇଛି । ଏମାନେ CDA ଓ ମର୍କତନଗର ଅଞ୍ଚଳର ବିଭିନ୍ନ ଘରୁ ରାତିରେ ଚୋରି କରିଥିଲେ ।

ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । ଫେବୃଆରୀ 18ରୁ ମାର୍ଚ୍ଚ 9 ଯାଏଁ ଏମାନେ ଘରେ ପଶି ଲୁଟିଥିଲେ । ମୁଖ୍ୟ ଲୁଟେରା କୃଷ୍ଣ ଚନ୍ଦ୍ର ମହାରଣା ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଯେଉଁଠାରେ କାମ କରୁଥିଲା ସେଠି ଟାର୍ଗେଟ କରି ସେ ଲୁଟୁଥିଲା । ତେବେ ଏହା ସହ ଅନ୍ୟ ଏକ ଲୁଟେରାକୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.