ETV Bharat / city

କଟକରେ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ

author img

By

Published : May 31, 2021, 6:21 PM IST

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କୋଭିଡ ରୋଗୀଙ୍କ ପାଇଁ କଟକରେ ସୋମବାର ଠାରୁ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ କୋଭିଡ କେୟାର ସେଣ୍ଟର ଏବଂ ଆବଶ୍ୟକସ୍ଥଳେ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ସେମାନଙ୍କ ଛାତିର ଏକ୍ସ-ରେ କରାଯିବ । ଅଧିକ ପଢନ୍ତୁ...

କଟକରେ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ
କଟକରେ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ

କଟକ: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କୋଭିଡ ରୋଗୀଙ୍କ ପାଇଁ କଟକରେ ସୋମବାର ଠାରୁ ଆରମ୍ଭ ହେଲା ଏକ୍ସ-ରେ ଅନ୍ ହ୍ବିଲ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ କୋଭିଡ କେୟାର ସେଣ୍ଟର ଏବଂ ଆବଶ୍ୟକସ୍ଥଳେ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ସେମାନଙ୍କ ଛାତିର ଏକ୍ସ-ରେ କରାଯିବ ।

ଦୈନିକ ଏକ ହଜାର କୋଭିଡ ରୋଗୀଙ୍କ ଏକ୍ସ-ରେ କରିବା ଲକ୍ଷ୍ୟ ରଖାଯାଇଥିବାବେଳେ ଏହାଦ୍ବାରା କୋଭିଡ ରୋଗୀଙ୍କ ଫୁସଫୁସର ସ୍ଥିତି ଯାଞ୍ଚ କରି ଗୁରୁତର ଅବସ୍ଥାକୁ ଆସିବା ପୂର୍ବରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଲକ୍ଷ୍ୟ ରଖିଛି ପ୍ରଶାସନ।

କଟକ ସହର ତଥା ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ହଠାତ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଫଳରେ ଗୋଟିଏ ସମୟରେ ସଂଖ୍ୟାଧିକ ଗୁରୁତର ରୋଗୀ କୋଭିଡ ହସ୍ପିଟାଲକୁ ଆସୁଥିବାରୁ ଅନେକ ସମୟରେ ସମସ୍ତ ରୋଗୀଙ୍କୁ ଆଇସିୟୁ ସୁବିଧା ପ୍ରଦାନ କରିବା ପାଇଁ ପ୍ରଶାସନ ଏକ ଚ୍ୟାଲେଞ୍ଜ ଭଳି ହେଉଛି ।

ଏହି ସମସ୍ୟାର ସାମାଧନ ପାଇଁ ଗୁରୁତର ହେବା ପୂର୍ବରୁ ହିଁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଏବଂ ସମୟ ଥାଇ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ ।

ଦୁଇଟି ସ୍ବତନ୍ତ୍ର ଗାଡ଼ିରେ ପୋଟାଏବୁଲ୍ ଏକ୍ସ-ରେର ବ୍ୟବସ୍ଥା କରାଯାଇ ସିଧାସଳଖ କୋଭିଡ କେୟାର ସେଣ୍ଟରରେ କିମ୍ବା ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ପାଖକୁ ଯାଇ ସେମାନଙ୍କ ଛାତିର ଏକ୍ସ-ରେ କରିବାର ବ୍ୟବସ୍ଥା ହୋଇଛି ।

ଏକ ପରିସଂଖ୍ୟାନ ମୁତାବକ କଟକରେ ପ୍ରତିଦିନ 30ରୁ 40 ଜଣ କୋଭିଡ ଆକ୍ରାନ୍ତ ଅତି ସଙ୍କଟାପର୍ଣ୍ଣ ଅବସ୍ଥାରେ ବା ଅକ୍ସିଜେନ ସ୍ତର 90ରୁ ତଳକୁ ଥିବା ଅବସ୍ଥାରେ ହସ୍ପିଟାଲ ଗୁଡ଼ିକରେ ଭର୍ତ୍ତି ହେଉଛନ୍ତି । ସେହିଭଳି କ୍ଷେତ୍ରରେ ସେମାନଙ୍କୁ ତୁରନ୍ତ ଆଇସିୟୁ ବେଡ ପ୍ରଦାନ କରିବା ସହିତ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଗଲେ ମଧ୍ୟ ଚିକିତ୍ସାର ଉପଯୁକ୍ତ ସମୟ ଅତିକ୍ରାନ୍ତ ହୋଇ ସାରିଥିବାରୁ ଅନେକ ରୋଗୀଙ୍କ ଜୀବନ ଚାଲିଯାଉଛି ।

ଅଧିକାଶଂ କ୍ଷେତ୍ରରେ ଫୁସଫୁସରେ ସଂକ୍ରମଣ ତୀବ୍ର ଗତିରେ ମାଡ଼ିଯାଉଥିବାରୁ କିଛି ଘଣ୍ଟା ପୂର୍ବରୁ ସୁସ୍ଥ ଅନୁଭବ କରୁଥିବା କୋଭିଡ ରୋଗୀଙ୍କ ଅକ୍ସିଜେନ ସ୍ତର ହଠାତ ନିମ୍ନଗାମୀ ହେଉଛି । ତେଣୁ ସଠିକ ସମୟ ସଂକ୍ରମିତଙ୍କ ଫୁସଫୁସର ଯାଞ୍ଚ କରି ଏହା ମାରାତ୍ମକ ସ୍ତରକୁ ଯିବା ପୂର୍ବରୁ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ଏହି ବ୍ୟବସ୍ଥା ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.