କଟକ: ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ସର୍ବନିମ୍ନ ରହିଥିବା ବେଳେ ଏଥିରେ ଟିକସ ଲଗାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଫଳରେ ବୃଦ୍ଧି ପାଇଛି ତେଲ ଦର । ଏହାଦ୍ବରା ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ତେଲ ଦର ବୃଦ୍ଧିକୁ ବିରୋଧ କରିଛି ଏସୟୁସିଆଇ ସଙ୍ଗଠନ । ରେଭେନ୍ସା ବିଶ୍ବବିଦ୍ୟାଳୟ ଫାଟକ ଆଗରେ ତେଲଦର ବୃଦ୍ଧିକୁ ବିରୋଧ କରି ଏହି ସଙ୍ଗଠନ ପ୍ରତିବାଦ ଜଣାଇଛି । ତୁରନ୍ତ ସରକାର ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ