ETV Bharat / city

କୋକେଇରେ ବୁହା ହେଲେ ଜାଇକା, ସିଏମସି ଓ ପୂର୍ତ୍ତ ବିଭାଗ

author img

By

Published : Sep 3, 2022, 4:43 PM IST

କୋକେଇରେ ବୁହା ହେଲେ ଜାଇକା, ସିଏମସି ଓ ପୂର୍ତ୍ତ ବିଭାଗ । ରାସ୍ତା ଉପରେ କୁଶ ପୁତ୍ତଳିକାର ଅନ୍ତିମ ସତ୍କାର କଲା ସୁବାଷ ସଂଗଠନ । ଅଧିକ ପଢନ୍ତୁ

କୋକେଇରେ ବୁହା ହେଲେ ଜାଇକା, ସିଏମସି ଓ ପୂର୍ତ୍ତ ବିଭାଗ
କୋକେଇରେ ବୁହା ହେଲେ ଜାଇକା, ସିଏମସି ଓ ପୂର୍ତ୍ତ ବିଭାଗ

କଟକ: 'ରାମ ନାମ ସତ୍ୟ ହୈ' ଧ୍ବନିରେ କମ୍ପିଲା କଟକ ରାଜରାସ୍ତା । ଜାଇକା, ସିଏମସି ଓ ପୂର୍ତ୍ତ ବିଭାଗର କୋକେଇ ବାନ୍ଧି ରାସ୍ତା ମଝିରେ ଅନ୍ତିମ ସତ୍କାର କଲା ସୁବାଷ ସଂଗଠନ । ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜାଇକା ଅପାରଗତା ପ୍ରତିବାଦରେ ପ୍ରଥମେ ରାସ୍ତାରେ ଗଡି ଗଡି ଅଭିନବ ଆନ୍ଦୋଳନ କରିବା ପରେ କିଛି ସୁଫଳ ନ ମିଳିବାରୁ ଜାଇକା, CMC ଓ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବା ପାଇଁ ସଂଗଠନ ପକ୍ଷରୁ ଆଜି ପୁଣିଥରେ ଏହିଭଳି ଅଭିନବ ପ୍ରତିବାଦ କରାଯାଇଛି ।

ଆଗକୁ ଦୁର୍ଗାପୂଜା ଆସୁଛି । କିନ୍ତୁ କଟକବାସୀଙ୍କ ନିଦ ହଜାଇଛି ଜାଇକା ପ୍ରକଳ୍ପ । ସହରର ରାସ୍ତାଘାଟ ମରଣଯନ୍ତା ପାଲଟିଛି । ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ ୧୦ ବର୍ଷ ଧରି ଜାଇକା ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି କଟକବାସୀ । ଶିଳାନ୍ୟାସକୁ ୧୦ ବର୍ଷ ପୁରିଥିଲେ ସୁଦ୍ଧା ଆଜି ଯାଏଁ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । ଦୁର୍ଗାପୂଜା ପୂର୍ବରୁ ରାସ୍ତାଘାଟର ମରାମତି ପାଇଁ ଦୀର୍ଘ ଦିନ ଧରି ସ୍ବର ଉତ୍ତୋଳନ କରିବା ସତ୍ତ୍ବେ ବିଭାଗ ଏଥିପ୍ରତି କର୍ଣ୍ଣାପାତ କରୁନାହିଁ । କଟକ ମହାନଗର ନିଗମ, ଜାଇକା ଓ ପୂର୍ତ୍ତ ବିଭାଗର ଏଭଳି ନିଷ୍କ୍ରିୟତାକୁ ବିରୋଧ କରି ଶେଷରେ ଅଭିନବ ଢଙ୍ଗରେ ଏହି ତିନୋଟି ବିଭାଗର କୁଶପୁତ୍ତଳିକା ଦାହ କରିଛି ସଂଗଠନ ।

ଅନ୍ଦୋଳନକାରୀଙ୍କ ଅଭିଯୋଗ ଯେ, ''ବିଗତ ଦିନରେ ସେମାନେ ପ୍ରତିବାଦ କରିଥିଲେ ମଧ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେଇନି । ତେଣୁ ଜାଇକା, ସିଏମସି ଏବଂ ପୂର୍ତ୍ତ ବିଭାଗକୁ ମୃତ ଭାବି ସେମାନେ ଅନ୍ତିମ ସତ୍କାର କରିଛନ୍ତି । ଯଦି ଆଗମୀ ଦିନରେ ଏହି ଦିଗରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଏ ତେବେ ସଙ୍ଗଠନ ଆହୁରି ତୀବ୍ର ଆନ୍ଦୋଳନର ପନ୍ଥା ଆପଣାଇବ ବୋଲି ଚେତାବନୀ ଦେଇଛି ।''

ଏହାମଧ୍ୟ ପଢନ୍ତୁ: ଅପରାଧରେ ସାମିଲ ଥିଲେ ହୁସିଆର, ଭୁବନେଶ୍ବରରୁ ଉଠାଇ ନେଉଛି ପୋଲିସ

ମୌସୁମୀ ବର୍ଷା ସମୟରେ କଟକବାସୀଙ୍କ ଯନ୍ତ୍ରଣା ଦୁଇଗୁଣା ବଢିଥାଏ । ପ୍ରକଳ୍ପ ନିକଟରେ ସୁରକ୍ଷା କଡ଼ନ କିମ୍ବା ସୁରକ୍ଷା କର୍ମୀ ମୁତୟନ ନ ହେବା ଯୋଗୁଁ ଅନେକ ସମୟରେ ଲୋକେ ମୃତାହତ ହେଉଛନ୍ତି । ହେଲେ ଦିନ ବିତୁଥିଲେ ମଧ୍ୟ ପ୍ରକଳ୍ପ କାମ ଶେଷ ହୋଇପାରୁନି । ଯାହାକୁ ନେଇ କଟକବାସୀ କ୍ଷୋଭ ପ୍ରକାଶ କରିଛନ୍ତି । କଟକ ସହରରେ ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥା ଉନ୍ନତି ଆଣିବା ପାଇଁ ୨୦୧୨ ମସିହାରୁ ଏହି ଜାଇକା ପ୍ରକଳ୍ପ ଆରମ୍ଭ ହୋଇଥିଲା । ୪ ବର୍ଷ ଭିତରେ ଅର୍ଥାତ ୨୦୧୬ରେ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ୨୦୧୬ ସରି ୨୦୨୨ ସରିବାକୁ ବସିଥିଲେ ସୁଦ୍ଧା ଆହୁରି ଶେଷ ହେଉନି ଜାଇକା କାମ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.