ETV Bharat / city

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଆରମ୍ଭ, ଫିଫା ବିଶ୍ୱକପର ହେବ ପ୍ରସାର

ଆରମ୍ଭ ହେଲା ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା । କଟକ ବିଡ଼ାନାସୀ ପଡ଼ିଆରେ ଆରମ୍ଭ ହେଲା ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା । ଫିଫା ୧୭ ବର୍ଷରୁ କମ ବିଶ୍ବକପକୁ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହାର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

author img

By

Published : Oct 11, 2022, 6:43 PM IST

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଆରମ୍ଭ, ଫିଫା ବିଶ୍ୱକପର ହେବ ପ୍ରସାର
୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଆରମ୍ଭ, ଫିଫା ବିଶ୍ୱକପର ହେବ ପ୍ରସାର

କଟକ: ଆରମ୍ଭ ହେଲା ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା । ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଏହି ପ୍ରତିଯୋଗିତାରେ ଆରମ୍ଭ ହୋଇଛି । କଟକ ଜିଲ୍ଲାର ୧୪ଟି ବ୍ଲକରେ ଥିବା ୫୦୦ ସ୍କୁଲର ବଛାବଛା ଖେଳାଳୀ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି ।

ଏହି ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି (ମଙ୍ଗଳବାର) ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ବିଡ଼ାନାସୀ ପଡ଼ିଆରେ ଖେଳାଯିବ । ତେବେ ଫିଫା ୧୭ ବର୍ଷରୁ କମ ବିଶ୍ବକପକୁ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଛି । ଓଡିଶାର କୋଣ ଅନୁକୋଣରେ ଏହି ଫିଫା ବିଶ୍ବକପର କ୍ରେଜ ବୃଦ୍ଧି କରିବା ପାଇଁ ଏପରି ଆୟୋଜନ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଏହିଭଳି ଆୟୋଜନ ଖେଳାଳି ମାନଙ୍କୁ ତୃଣମୂଳ ସ୍ତରରୁ ଚୟନ କରିବା ଦିଗରେ ଆହୁରି ସହାୟକ ହେବା ନେଇ କହିଛନ୍ତି ଓଡିଶା ଫୁଟବଲ ସଙ୍ଘ ସଭାପତି ଦେବାଶିଷ ସାମନ୍ତରାୟ ।

ଏହି ପ୍ରତିଯୋଗିତା ଉଦଘାଟନ ଅବସରରେ ଓଡିଶା ଫୁଟବଲ ସଂଘ ସଭାପତି ଦେବାଶିଷ ସାମନ୍ତରାୟ ଓ ମେୟର ସୁବାଷ ସିଂ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ଫିଫା ବିଶ୍ବକପ ପୂର୍ବରୁ ଏଭଳି ସୁଯୋଗ ଭାରତକୁ ମିଳିଥିବାରୁ ଉଭୟ ଫୁଟବଲ ସଂଘ ସଭାପତି ଦେବାଶିଷ ସାମନ୍ତରାୟ ଓ ମେୟର ସୁବାଷ ସିଂ ଫିଫାକୁ ଧନ୍ୟବାଦ ଜଣାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.