ETV Bharat / city

‘ଜିଲ୍ଲା ଖଣିଜ ପାଣ୍ଠିର ବ୍ୟାପକ ଦୂରୁପଯୋଗ କରୁଛନ୍ତି ରାଜ୍ୟ ସରକାର’

author img

By

Published : Aug 18, 2021, 8:46 PM IST

ଜିଲ୍ଲା ଖଣିଜ ପାଣ୍ଠିର ଦୂରୁପଯୋଗ କରୁଛନ୍ତି ରାଜ୍ୟ ସରକାର । ଏପରି ଅଭିଯୋଗ ଆଣି ବର୍ଷିଲା କଂଗ୍ରେସ । କହିଲା ଖଣିଜ ପାଣ୍ଠି ଅନ୍ୟ ଉପାୟରେ ଖର୍ଚ୍ଚ କରିବା ବନ୍ଦ କରି ପ୍ରଭାବିତ ଗାଁରେ ଖର୍ଚ୍ଚ କରୁ ସରକାର । ଅଧିକ ପଢନ୍ତୁ...

‘ଜିଲ୍ଲା ଖଣିଜ ପାଣ୍ଠିକୁ ଦୂରୁପଯୋଗ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ବର: ଜିଲ୍ଲା ଖଣିଜ ପାଣ୍ଠିର ଦୂରୁପଯୋଗ ଓ ସ୍ବଳ୍ପ ବ୍ୟବହାର ଗାଁ ତଥା ପଞ୍ଚାୟତ ବିକାଶରେ ପ୍ରଥମ ବାଧକ। ଜିଲ୍ଲା ଖଣିଜ ପାଣ୍ଠି ଆଇନ ୨୦୧୫ର ଖୋଲାଖୋଲି ଉଲଙ୍ଘନ କରିବା ସହ ରାଜ୍ୟ ସରକାର ମନମୁଖୀ ଭାବେ ଦୂରୁପଯୋଗ କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ଏନେଇ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ଓଡ଼ିଶାରେ ଜିଲ୍ଲା ଖଣିଜ ପାଣ୍ଠିର ବ୍ୟାପକ ମାତ୍ରାରେ ଦୂରୁପଯୋଗ ଓ ଜିଲ୍ଲା ଖଣିଜ ପାଣ୍ଠି ଆଇନ ୨୦୧୫ର ଖୋଲାଖୋଲି ଉଲଙ୍ଘନ ହେତୁ, ଖଣି ଖାଦାନ ସମୃଦ୍ଧ ଜିଲ୍ଲା ଗୁଡ଼ିକରେ ଥିବା ପଞ୍ଚାୟତ ଏବଂ ରାଜସ୍ବ ଗ୍ରାମ ଗୁଡ଼ିକର ବିକାଶ ପୂର୍ଣ୍ଣମାତ୍ରାରେ ବାଧାପ୍ରାପ୍ତ ହେଉଛି ।ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପ୍ରଶାନ୍ତ ଶତପଥୀ ଏ ନେଇ ରାଜ୍ୟ ସରକାରଙ୍କର ମନମୁଖୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରି ଏପରି କହିଛନ୍ତି ।

କଂଗ୍ରେସ କହିଛି, ଯେଉଁ ମହତ ଉଦ୍ଦେଶ୍ୟ ନେଇ ଜିଲ୍ଲା ଖଣିଜ ପାଣ୍ଠି ଆଇନ ଆସିଥିଲା ତାହାର ଖୋଲାଖୋଲି ଉଲଙ୍ଘନ ଯୋଗୁଁ ଖଣିଜ କାର୍ଯ୍ୟ ଦ୍ବାରା ପ୍ରଭାବିତ ଗ୍ରାମ ପଞ୍ଚାୟତ ଓ ରାଜସ୍ବ ଗ୍ରାମ ଗୁଡ଼ିକର ବିକାଶର ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରୁ ନାହିଁ । ଜିଲ୍ଲା ଖଣିଜ ପାଣ୍ଠି ଆଇନ ୨୦୧୫ ମୁତାବକ ପ୍ରଭାବିତ ଗ୍ରାମ ପଞ୍ଚାୟତର ଅଧିବାସୀଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ ଯୋଗାଣ, ପିଇବା ପାଣିର ବ୍ୟବସ୍ଥା, ରାସ୍ତା ନିର୍ମାଣ, ଜଳସେଚନ ଆଦି ବିକାଶମୂଳକ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ଖଣିଜ ପାଣ୍ଠିରେ ମହଜୁଦ ଥିବା ଅର୍ଥକୁ ବିନିଯୋଗ କରି କରାଯିବା ଉଚିତ । କିନ୍ତୁ ରାଜ୍ୟ ସରକାର ପାଣ୍ଠିର ଟଙ୍କାକୁ ରୁଲ ୧୦ / ୧୧ /୧୨ / ୧୬ ର ଖୋଲାଖୋଲି ଉଲ୍ଲଙ୍ଘନ କରି ଅନ୍ୟ ବାବଦରେ ଖର୍ଚ୍ଚ କରିଚାଲିଛନ୍ତି, ଯାହା ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି କଂଗ୍ରେସ କହିଛି ।

ଉଦାହରଣ ଦେଇ ଦଳ କହିଛି, ରାଜ୍ୟ ସରକାରଙ୍କ ବାର୍ଷିକ କ୍ରୀଡ଼ା ବଜେଟରେ ଅର୍ଥର ବ୍ୟବସ୍ଥା ଥିବା ସ୍ବତ୍ତ୍ବେ ରାଉରକେଲାରେ ଅର୍ନ୍ତଜାତୀୟ ହକି ଷ୍ଟାଡିୟମ ନିର୍ମାଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାକୁ ଖର୍ଚ୍ଚ କରିବା କେତେଦୂର ଯଥାର୍ଥ । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ପୋଲିସ ବିଭାଗ ପାଇଁ ୨୫ଟି ଗାଡ଼ି କିଣାଯିବା ଓ ସର୍କିଟ ହାଉସର ପାଚେରୀ ନିର୍ମାଣ ଆଦି କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାର ବିନିଯୋଗ ସମ୍ପୂର୍ଣ୍ଣ ରୂପେ ବେଆଇନ ଅଟେ ।

ସେହିପରି ୨୦୧୭ ମସିହାରେ ଝାରସୁଗୁଡ଼ା ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାରେ ଝାରସୁଗୁଡ଼ା ବିମାନବନ୍ଦରକୁ ପାଓ୍ବାର ସପ୍ଲାଏ ପାଇଁ ଖର୍ଚ୍ଚ କରିବା, ସ୍ମାର୍ଟ ଟ୍ରାଫିକ ସିଗନାଲ ବ୍ୟବସ୍ଥା ଉକ୍ତ ଅର୍ଥର ଦୂରୁପଯୋଗର ଆଉ ଏକ ଉଦାହରଣ । ଯେତେବେଳେ କି ଆଇନରେ ନିର୍ଦ୍ଦିଷ୍ଟ ଭାବରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା କେବଳ ଖଣି ଖାଦାନ କାର୍ଯ୍ୟରେ ସିଧାସଳଖ ପ୍ରଭାବିତ ଗ୍ରାମ ପଞ୍ଚାୟତ ଓ ତା ଭିତରେ ଥିବା ରାଜସ୍ବ ଗ୍ରାମ ଗୁଡ଼ିକର ଗ୍ରାମବାସୀଙ୍କ ଉନ୍ନତିମୂଳକ କାର୍ଯ୍ୟରେ ହିଁ ବିନିଯୋଗ କରାଯିବ ।

ଏହା ବ୍ୟତୀତ ସାମାଜିକ ଓ ଅର୍ଥନୈତିକ ବିକାଶମୂଳକ କାର୍ଯ୍ୟ କରିବା ପୂର୍ବରୁ ଉକ୍ତ ଅଞ୍ଚଳର ଗ୍ରାମ ସଭାର ଅନୁମୋଦନ ନିହାତି ଆବଶ୍ୟକ । କିନ୍ତୁ ଯେଉଁ ହାତଗଣତି ଅଳ୍ପ କିଛି ବିକାଶ ହେଉଛି । ଶାସକ ଦଳର ନେତା ଓ ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ଅଫିସରମାନଙ୍କ ଇଛା ଅନୁସାରେ ଗ୍ରାମସଭା ଓ ନାଗରିକ ସମାଜର ଅନୁମୋଦନ ନିଆଯାଉ ନ ଥିବା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି ।

କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବକ୍ତବ୍ୟ ଅନୁସାରେ ଓଡ଼ିଶା ୨୦୧୫ ଠାରୁ ଅଦ୍ୟାବଧି ୧,୧,୯୮୪ କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ବାବଦରେ ପାଇଛି । ଜିଲ୍ଲା ଖଣିଜ ପାଣ୍ଠିରେ ଥିବା ଅର୍ଥ ରାଜ୍ୟ ବଜେଟର ବ୍ୟୟବରାଦ ଭିତରେ ଆସେନାହିଁ । ତେଣୁ ଏ ଅର୍ଥକୁ ଅନ୍ୟ ବିଭାଗ ପାଇଁ ଖର୍ଚ୍ଚ କରିବା ସମ୍ପୂର୍ଣ୍ଣ ଭାବରେ ଆଇନର ବିରୁଦ୍ଧାଚରଣ କରୁଛି । ରାଜ୍ୟ ସରକାର ପ୍ରତ୍ୟେକ ବିଭାଗ ପାଇଁ ବର୍ଷ ଆରମ୍ଭରୁ ବଜେଟରେ ଅର୍ଥର ବ୍ୟବସ୍ଥା କରିଥାନ୍ତି ଏବଂ ଅର୍ଥ ସଚିବଙ୍କ ଚିଠିକୁ ଅନୁଧ୍ୟାନ କଲେ ଜଣାଯାଏ, ଯେ ବଜେଟରେ ଥିବା ଅର୍ଥକୁ ସରକାରୀ ବିଭାଗ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଖର୍ଚ୍ଚ କରିବାରେ ସମର୍ଥ ହୁଅନ୍ତି ନାହିଁ ।

ତେଣୁ ସରକାର ବିଭାଗୀୟ ଅର୍ଥରେ ବିଭିନ୍ନ ଯୋଜନା ଗୁଡ଼ିକର କାର୍ଯ୍ୟ ସମ୍ପାଦନ କରନ୍ତୁ ଏବଂ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଅପବ୍ୟୟ ନକରି ନିର୍ଦ୍ଦିଷ୍ଟ ଭାବରେ ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ଗ୍ରାମ ପଞ୍ଚାୟତ ଓ ରାଜସ୍ବ ଗ୍ରାମଗୁଡ଼ିକର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଧ୍ୟାନ ଦେବା ଆବଶ୍ୟକ । ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ଅଞ୍ଚଳରେ ବାୟୁ ପ୍ରଦୂଷଣ ଓ ଜଳପ୍ରଦୂଷଣ ହେତୁ ସ୍ଥାନୀୟ ଲୋକେ କ୍ୟାନସର, ଯକ୍ଷ୍ମା, ଫୁସ୍‌ଫୁସ ସଂକ୍ରମଣ ଆଦି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଉଛନ୍ତି । ସେମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ରାଜ୍ୟ ସରକାର ଖଣିଜ ପାଣ୍ଠିର ଟଙ୍କାକୁ ଖର୍ଚ୍ଚ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ।

ତଥ୍ୟ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୬୯୭୬.୯୮ କୋଟି ମଞ୍ଜୁରୀ ଅର୍ଥ ମିଳି ଥିବାବେଳେ ଖର୍ଚ୍ଚ ହୋଇଛି ମାତ୍ର ୬୯୨.୨୫ କୋଟି । ସେହିଭଳି କେନ୍ଦୁଝର ଜିଲ୍ଳାରେ ୩୬୧୪.୬୨ କୋଟି ମଞ୍ଜୁରୀ ଅର୍ଥରୁ ଖର୍ଚ୍ଚ ହୋଇଛି ମାତ୍ର ୧ଲକ୍ଷ ଟଙ୍କା, ଅନୁଗୁଳରେ ୬୧୨୩.୪୭ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୯୪.୮୮କୋଟି, ରାୟଗଡ଼ାରେ ମଞ୍ଜୁରୀପ୍ରାପ୍ତ ଅର୍ଥ ୧୦୫ କୋଟି ହୋଇଥିବା ସ୍ଥଳେ ୧ଟଙ୍କା ମଧ୍ୟ ଖର୍ଚ୍ଚ ହୋଇନାହିଁ, ମୟୂରଭଞ୍ଜ ଜିଲ୍ଲାରେ ୨୯.୬୯ କୋଟିରୁ ଖର୍ଚ୍ଚ ହୋଇଛି ମାତ୍ର ୧.୮୫ କୋଟି ଟଙ୍କା । ଉପରୋକ୍ତ ତଥ୍ୟ ରଖି, ଏହି ଅଳ୍ପ କିଛି ଜିଲ୍ଲାର ତଥ୍ୟରୁ ସମଗ୍ର ଓଡ଼ିଶାର ଖଣିଜ ପାଣ୍ଠି ଟଙ୍କା ଖର୍ଚ୍ଚର ବିକଳ ଚିତ୍ର ଅନୁମାନ କରାଯାଇପାରେ ବୋଲି କଂଗ୍ରେସ କହିଛି ।

ରାଜ୍ୟ ସରକାର ଅବିଳମ୍ବେ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଖର୍ଚ୍ଚ ହୋଇଥିବା ଜିଲ୍ଲା ଖଣିଜ ପାଣ୍ଠି ଟଙ୍କାର ବିଷଦ ବିବରଣୀକୁ ଉଲ୍ଲେଖ କରିବା ଆବଶ୍ୟକ । ରାଜ୍ୟ ସରକାର ଜିଲ୍ଲା ଖଣିଜ ପାଣ୍ଠିର ଆର୍ଥିକ କାରବାରକୁ ସିଏଜିଙ୍କ ଦ୍ବାରା ଅଡିଟ କରିବା ପାଇଁ ସୁପାରିଶ କରନ୍ତୁ । ଜିଲ୍ଲା ଖଣିଜ ପାଣ୍ଠିର ସମୁଦାୟ ଆୟ ଏବଂ ପଞ୍ଚାୟତର ବିକାଶ ପାଇଁ କରାଯାଇଥିବା ବ୍ୟୟର ହିସାବ ଓଡ଼ିଶାର ଜନ ସାଧାରଣଙ୍କ ଆଗରେ ରଖନ୍ତୁ । ଏହି ଅଡିଟ ରିପୋର୍ଟକୁ ସର୍ବସାଧାରଣଙ୍କ ପାଇଁ ଜିଲ୍ଲା ଖଣିଜ ପାଣ୍ଠିର ୱେବ ସାଇଟ୍‌ରେ ସାର୍ବଜନୀନ କରନ୍ତୁ ବୋଲି କଂଗ୍ରେସ ଦାବି ରଖିଛି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.