ETV Bharat / city

ମାଟ୍ରିକ ରେଜଲ୍ଟ: ପାସ୍‌ ହାର ସନ୍ତୋଷଜନକ କହିଲେ ସଚିବ - Cuttack

ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣ ଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଦ୍ବାରା ପ୍ରକାଶ ହୋଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍‌ ହାର ଅପେକ୍ଷା ଗତବର୍ଷ 5 ପ୍ରତିଶତ କମ ଥିବା ବେଳେ କ୍ବାଣ୍ଟିଟି ରେଜଲ୍ଟ କହିଛନ୍ତି ସଚିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 21, 2019, 12:38 PM IST

କଟକ: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପରୀକ୍ଷା ଫଳକୁ ନେଇ ସନ୍ତୋଷ ଜନକ କହିଲେ ସ୍କୁଲ ଓ ଗଣ ଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ରେଜଲ୍ଟ ହାର କମିଥିବା ସତ୍ତ୍ବେ କ୍ବାଲିଟି ରେଜଲ୍ଟ ପାଇଁ ଖୁସି ଅଛନ୍ତି ସଚିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ବର୍ଷ ପିଲାମାନେ ନିଜ ପ୍ରଚେଷ୍ଟା ବଳରେ ରେଜଲ୍ଟ କରିଛନ୍ତି । ବିନା କୌଣସି କପିରେ ପିଲାଙ୍କ ପରୀକ୍ଷା ଫଳ ଭଲ ରହିଛି । ଏଥିସହ 82ଟି ସ୍କୁଲରେ ଫଳ ଶୂନ ରହିଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ଏହି ସ୍କୁଲଗୁଡିକର ଶିକ୍ଷକ, ଶିକ୍ଷୟତ୍ରୀ ଉତ୍ତରଦାୟୀ ରହିବେ।

ଏଥିସହ ଆସନ୍ତାବର୍ଷ ପରୀକ୍ଷା ପାଇଁ ବୋର୍ଡର କଡା ପ୍ରସ୍ତୁତି ରହିବ । ସମସ୍ତ କେନ୍ଦ୍ରରେ ଶତ ପ୍ରତିଶତ ସିସିଟିଭି ଲଗାଯିବ । ଏପରିକି ସମସ୍ତ ପ୍ରଶ୍ନପତ୍ରରେ ସିକ୍ୟୁରିଟି କୋଡ ରହିବ।

କଟକରୁ ନାରାୟଣ ସାହୁ, ଇଟିଭି ନ୍ୟୁଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.