କଟକ: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ । କଟକର ୮ଶହରୁ ଊର୍ଦ୍ଧ୍ବ ବୁଥ୍ କମିଶନରେଟ ପୋଲିସ ଅଧୀନରେ ରହିଛି । ଏନେଇ ସବୁ ସ୍ତରରେ ବୈଠକ ଶେଷ ହୋଇଛି ।
ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ଦିନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ସମସ୍ତ ବୁଥରେ କରାଯିବ ଏନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ଶେଷ କରିଛି ପୋଲିସ ।
ତେବେ ଚୌଦ୍ବାରା, ବାରଙ୍ଗ, କଟକ ସଦର, ବୟାଳିସ ମଉଜା ଓ ଚାଉଳିଆଗଞ୍ଜ ଆଦି ଥାନା ଅଧୀନରେ ଫ୍ଲାଗ ମାର୍ଚ୍ଚ ଏବଂ ମଦ ବିରୋଧୀ ଅଭିଯାନ ଆରମ୍ଭ ହୋଇ ସାରିଛି । ଏହାସହ ଅନେକ ପୁରୁଣା ଅପରାଧୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । କମିଶନରେଟ ପୋଲିସ ଏହି ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଥିବା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ