ETV Bharat / city

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଆଗୁଆ ଜାମିନ ଆବେଦନ, ଅନ୍ୟ ଖଣ୍ଡପୀଠକୁ ସ୍ଥାନାନ୍ତର - ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର‌‌‌ଫେସର ଡକ୍ଟର ସଞ୍ଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣି ଅନ୍ୟ ଖଣ୍ଡପୀଠରେ ହେବ । ଅଧିକ ପଢନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଆଗୁଆ ଜାମିନ ଆବେଦନ

author img

By

Published : Jun 4, 2021, 10:51 PM IST

କଟକ: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ର‌‌‌ଫେସର ଡକ୍ଟର ସଞ୍ଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାକୁ ନେଇ ବୁର୍ଲା ଥାନାରେ କୁଳପତି, ୱାର୍ଡେନ ଓ ପିଇଓଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାପରେ କୁଳପତି, ୱାର୍ଡେନ ଓ ପିଇଓ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

ମେ ୩ରେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି, ୱାର୍ଡେନ୍ ଓ ପିଇଓଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତିନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ ଆବେଦନ ଦାଏର କରିବା ପାଇଁ ଆବେଦନକାରୀଙ୍କୁ ଏପରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିଲା ।

ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶତପଥୀ ଓ ପିଇଓ ଆଗୁଆ ଜାମିନ ଲୋଡ଼ି ସମ୍ବଲପୁର ଦୌରା ଅଦାଲତରେ କରିଥିବା ଆବେଦନ ମେ ୨୪ରେ ଖାରଜ ହୋଇଥିଲା। ଏହାପରେ କୁଳପତି ଡକ୍ଟର ମିତ୍ତଲ, ୱାର୍ଡେନ୍ ଶତପଥୀ ଓ ପିଇଓ କର ପୁଣି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାଏର କରଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମଦାହ କରିଥିଲେ। ଦିନ ଦୀନବନ୍ଧୁଙ୍କ ପୁଅ ଅଭିଷେକଙ୍କ ଏତଲାକ୍ରମେ ବୁର୍ଲା ଥାନା ଏ ନେଇ ମାମଲା ରୁଜୁ କରିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.