କଟକ: କଟକରେ ପହଞ୍ଚିଲେ ସାହିଲ ଝା । ମୂର୍ତ୍ତିକା ବଞ୍ଚାଓ ଆନ୍ଦୋଳନରେ ସାଇକେଲ ଅଭିଯାନ ଆରମ୍ଭ କରିଥିବା ସାହିଲ ଝା କଟକରେ ପହଞ୍ଚିଛନ୍ତି। କୋଲକାତାରୁ ଆରମ୍ଭ ହୋଇଥିବା ଅଭିଯାନ ଏଯାଏ 1200 କିଲୋମିଟରରେ ପହଞ୍ଚିଲେ । ଆହୁରି 24 ହଜାର କିଲୋମିଟର ସାଇକେଲ ଯାତ୍ରା ବାକି ରହିଥିବା ସେ କହିଛନ୍ତି।
ଦେଶରେ ମୂର୍ତ୍ତିକା ସଂରକ୍ଷଣ କରିବା ସାଇକେଲ ଯାତ୍ରାର ମୂଳ ଲକ୍ଷ୍ୟ । ଗତକାଲି (ମଙ୍ଗଳବାର) ସାହିଲ କଟକରେ ପହଞ୍ଚିବା ପରେ ଆଜି ଭୁବନେଶ୍ବର,ପୁରୀ, ବିଶାଖାପାଟଣା,ହାଇଦ୍ରାବାଦ ଓ ଏହାପରେ ଉତ୍ତର ଦକ୍ଷିଣ ଭାରତ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧ୍ବିତ କରାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ