ETV Bharat / city

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଆରଡିସି - କଟକ ଜଗତପୁର ସ୍ଥିତ ସଦ୍‌ଗୁରୁ କୋଭିଡ ହସ୍ପିଟାଲ

କଟକ ଜଗତପୁର ସ୍ଥିତ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସ୍ବାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗକୁ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା;  ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଆରଡିସି

author img

By

Published : Sep 21, 2020, 6:45 PM IST

କଟକ: କଟକ ଜଗତପୁର ସ୍ଥିତ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସ୍ବାସ୍ଥ୍ୟ ବିଭାଗ ସଚିବ ଓ ଅଗ୍ନିଶମ ବିଭାଗକୁ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରୋଗୀ ସୁରକ୍ଷିତ ଥିବା ସହ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରି ହସ୍ପିଟାଲରେ ପୁଣି ରୋଗୀ ସେବା ଆରମ୍ଭ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ନବକିଶୋର ଦାସ ।

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଆରଡିସି

ସେପଟେ ଏହି ଘଟଣାରେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ଅଗ୍ନିନିର୍ବାପକ ଯନ୍ତ୍ର ବ୍ୟବହାର ହୋଇଥିଲା କି ନାହିଁ ସେସବୁର ତଦନ୍ତ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ କହିଛନ୍ତି । ତଦନ୍ତ ରିପୋର୍ଟ ଆସିଲା ପରେ ଏହି ଘଟଣାରେ ଯିଏ ଦୋଷୀ ଥିବ ତାଙ୍କ ଵିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି । ସେହିପରି ସମସ୍ତ ୧୨୭ ଜଣ କରୋନା ରୋଗୀଙ୍କୁ ସୁରକ୍ଷିତ ଭାବରେ ବିଭିନ୍ନ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ସେ କହିଛନ୍ତି ।

ସେପଟେ ସର୍ଟସର୍କିଟ ଯୋଗୁଁ କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଚିଫ ଫାୟାର ଅଫିସର କହିଛନ୍ତି। ବିଶେଷକରି ଏସିରୁ ସର୍ଟସର୍କିଟ ହୋଇ ଧୂଆଁ ବାହାରିଥିଲା। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା । ତେବେ ହସ୍ପିଟାଲରେ ଅଗ୍ନିନିର୍ବାପକ ଯନ୍ତ୍ର ରହିଥିବା ବେଳେ ତାହାକୁ ବ୍ୟବହାର କରାଯାଇଥିଲା କି ନାହିଁ ସେନେଇ ତଦନ୍ତ କଲେ ଜଣା ପଡିବ ବୋଲି ଚିଫ ଫାୟାର ଅଫିସର କହିଛନ୍ତି।

ଏଠାରେ ସୂଚନା ଥାଉ ଯେ, ସଦ୍‌ଗୁରୁ କୋଭିଡ ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ସଙ୍ଗେ ସଙ୍ଗେ କଟକ ଡିସିପି, ପୋଲିସ କମିଶନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.