ETV Bharat / city

ପୋଲିସ ବାବୁଙ୍କ ଦାଦାଗିରି: ଛୁଇଁ ତୋଳିଲେ, ନାଲି ଆଖି ଦେଖାଇ ଦୁର୍ବ୍ୟବହାର କଲେ - ନାଲିଆଖି ଦେଖାଇଲେ ପୋଲିସ ବାବୁ

ବରିଷ୍ଠ ନାଗରିକଙ୍କୁ ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର । ଗଛରୁ ସଜନା ଛୁଇଁ ତୋଳି ନେବାକୁ ନେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

police-misbehave-senior-citizen-in-cuttack
ଜବରଦସ୍ତି ଛୁଇଁ ନେଲେ ଆଉ ନାଲିଆଖି ଦେଖାଇଲେ ପୋଲିସ ବାବୁ,ଥାନାରେ ମାମଲା
author img

By

Published : Mar 8, 2021, 9:29 PM IST

କଟକ: ବରିଷ୍ଠ ନାଗରିକଙ୍କୁ ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର । ତାହା ପୁଣି ଗଛରୁ ସଜନା ଛୁଇଁ ତୋଳି ନେବା ଘଟଣାକୁ ନେଇ । ଏଭଳି ଘଟଣା ଘଟିଛି କଟକ ସିଡିଏ ୭ ନମ୍ବର ଅଞ୍ଚଳରେ । ମର୍କତନଗର ଥାନାର ୩ ପୋଲିସ କର୍ମଚାରୀଙ୍କ ଏହି ଦୁର୍ବ୍ୟବହାର ଘଟଣାକୁ ନେଇ ଡିସିପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ବାସୁଦେବ ମିଶ୍ର । ବାସୁଦେବଙ୍କ ଅଭିଯୋଗ ମୁତାବକ ତାଙ୍କ ବାସଭବନ ନିକଟରେ ଏକ ସଜନା ଛୁଇଁ ଗଛ ଲଗାଇଥିଲେ । ଗତ ୪ ତାରିଖ ଦିନ ସକାଳ ପ୍ରାୟ ସାଢେ ୮ଟା ସମୟରେ ଦୁଇଟି ବାଇକରେ ୩ଜଣ ପୋଲିସ କର୍ମଚାରୀ ଆସି ହଠାତ ଗଛରୁ ସମସ୍ତ ସଜନା ଛୁଇଁ ତୋଳିଥିଲେ । ଏହା ଦେଖିବା ପରେ ବାସୁଦେବ ମିଶ୍ର ପୋଲିସକୁ ବିରୋଧ କରିଥିଲେ ଏବଂ ନ ତୋଳିବା ପାଇଁ ତାଗିଦ କରିଥିଲେ ।

ଜବରଦସ୍ତି ଛୁଇଁ ନେଲେ ଆଉ ନାଲିଆଖି ଦେଖାଇଲେ ପୋଲିସ ବାବୁ,ଥାନାରେ ମାମଲା

ମାତ୍ର ପୋଲିସ କର୍ମଚାରୀମାନେ ଓଲଟି ବାସୁଦେବଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଳିଗୁଲଜ କରିଥିଲେ । ଏହାସହିତ ପିସିଆର ବାଇକରେ ପୋଲିସ ଆସି ୨୫ କିଲୋ ସଜନା ଛୁଇଁ ଧରି ଚାଲିଯାଇଥିଲେ । ବଡ ବାବୁ ଆଣିବା ପାଇଁ କହିଥିବା ପୋଲିସ କର୍ମଚାରୀ ମାନେ ଓଲଟି ସ୍ଥାନୀୟ ଲୋକଙ୍କୁ କହିଥିଲେ । ତେବେ ସ୍ଥାନୀୟ ଲୋକ ତଥା ବରିଷ୍ଠ ନାଗରିକଙ୍କ ପ୍ରତି ପୋଲିସ କର୍ମଚାରୀଙ୍କ ଏ ଭଳି ଦୁର୍ବ୍ୟବହାର ଉପରେ କ୍ଷୁବ୍ଧ ହୋଇ ବାସୁଦେବ ମିଶ୍ର ଡିସିପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଅପରପଟେ କ୍ୟାମେରା ଆଗରେ କଟକ ଡିସିପି କୌଣସି ପ୍ରତିକ୍ରିୟା ଦେଇନଥିଲେ । ମର୍କତନଗର ଥାନା ଆଇଆଇସିଙ୍କୁ ଘଟଣା କାହିଁକି ଓ କେଉଁ ପରିସ୍ଥିତିରେ ଘଟିଲା ସେ ବାବଦରେ ତଥ୍ୟ ମାଗିଛନ୍ତି ଡିସିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.