କଟକ: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା । ପୋଲିସ ଏହି ମାମଲାରେ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ସତ । କିନ୍ତୁ ଆରମ୍ଭରୁ ପୋଲିସ ଏମିତି କିଛି ଭୁଲ କରିଥିଲା ଯାହାକି ପୂରା ତଦନ୍ତ ପ୍ରକ୍ରିୟାକୁ ଗୁରୁତର ଭାବେ ପ୍ରଭାବିତ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଘଟଣା ସମ୍ପର୍କରେ ଖବର ପାଇବା ପରେ 12 ତାରିଖ ରାତିରେ ହିଁ ପୋଲିସ ଟିମ୍ ସୌମ୍ୟରଞ୍ଜନଙ୍କ କ୍ବାର୍ଟରରେ ପହଁଞ୍ଚିଥିଲା ।
ଏଯାବତ୍ ତଦନ୍ତ ପ୍ରକ୍ରିୟାକୁ ନେଇ ଜାରି ରହିଛି ସନ୍ଦେହ । ତେବେ ଏହି ପ୍ରସଙ୍ଗରେ ଅଧିକ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ଆଇନଜୀବୀ ଅରୁଣ ବୁଦ୍ଧିଆ । ସେ କହିଛନ୍ତି କି ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ସଠିକ୍ ସମୟରେ ପୋଲିସ ତଦନ୍ତ କରିଥିଲେ ମୃତ୍ୟୁର ପକୃତ ରହସ୍ୟ ପଦାକୁ ଆସିପାରିଥାନ୍ତା । ଏବେ ପୋଲିସର ତଦନ୍ତ ଜାରି ରହିଛି । ଉଭୟ ସ୍ବାମୀ, ସ୍ତ୍ରୀଙ୍କର କଲ୍ ରେକର୍ଡକୁ ଯାଞ୍ଚ କଲାପରେ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ପଦାକୁ ଆସିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ