ETV Bharat / city

ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ: ଡିସିପି

ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ତଦନ୍ତ ଆଗେଇବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

pocso court judge subas death case dcp says about investigation
ପୋଷ୍ଟମୋର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ: ଡିସିପି
author img

By

Published : Sep 4, 2022, 7:20 PM IST

କଟକ: ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା ଘଟଣା (pocso court judge subas death case)। ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ବୋହୂ ଅପରାଜିତା ଏବଂ ତାଙ୍କ ପରିବାର ବିରୋଧରେ ମର୍କତନଗର ଥାନାରେ ଏତଲା ଦେଇଛନ୍ତି ମୃତ ସୁବାସଙ୍କ ମାଆ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲୁଥିବାବେଳ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ରହସ୍ୟ ଜଣାପଡ଼ିବ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ପୋଷ୍ଟମୋର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ

ଡିସିପି ପିନାକ ମିଶ୍ର କହିଛନ୍ତି, "ମୃତ ସୁବାସଙ୍କ ପରିବାର ଲୋକେ ହତ୍ୟା ନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗକୁ ଯୋଡ଼ି ତଦନ୍ତ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ସୂଚନା ମୂତାବକ, ଗତ ଶନିବାର ପତ୍ନୀ ଅପରାଜିତାଙ୍କ ନାମରେ ମୃତ ସୁବାସଙ୍କ ମାଆ ମର୍କତଥାନାରେ ଏତଲା ଦେଇଛନ୍ତି । ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମାଆ ତୁଳସୀ ଅଭିଯୋଗ କରିଛନ୍ତି । ଅନ୍ତେଷ୍ଟିକ୍ରିୟାରେ ପରିବାର ଲୋକଙ୍କୁ ସାମିଲ ନ କରିବା ଏବଂ ମୃତଦେହରେ ଥିବା ଦାଗକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୂର୍ବରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାରେ ଏହି ଏତାଲାକୁ ଯୋଡି ତଦନ୍ତ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି । ନିଜ ପତ୍ନୀକୁ ସୁବାସ ଟିଉସନ ପଢ଼ାଉଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ବେ ୨୦୦୭ ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ପ୍ରାୟ ୩ ବର୍ଷ ପରିବାରଙ୍କ ସହ ଭଲ ସମ୍ପର୍କ ରହିଥିଲା ।ପରବର୍ତ୍ତୀ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସୁବାଷଙ୍କ ପରିବାର ଲୋକେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବିଚାରପତି ସୁବାସ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲା ପରିବାର

ପତ୍ନୀ ଅପରାଜିତା ସୁବାସଙ୍କୁ ପରିବାରଠାରୁ ଦୁରେଇ ରଖିଥିଲେ । ନିଜ ମାଆ ତୁଳସୀ ଏବଂ ଭାଇମାନଙ୍କ ସହିତ ମିଶାଇ ଦେଉନଥିଲେ । ଏପରିକି ମୃତ୍ୟୁର 5 ଘଣ୍ଟା ପରେ ତାଙ୍କ ଘରଲୋକଙ୍କୁ ଖବର ଦିଆଯାଇଥିଲା । ଅନ୍ତେଷ୍ଟିକ୍ରିୟାରେ ମଧ୍ୟ ସାମିଲ କରାଇ ଦେଇନଥିଲେ ଏବଂ ନିଜ ଘର ଲୋକଙ୍କ ସହ ମିଶି ପୁରୀରେ ଅନ୍ତିମ ସତ୍କାର କରିଥିଲେ ପତ୍ନୀ । ତେବେ ମୃତଦେହ ବ୍ୟବଚ୍ଛେଦ ସମୟରେ ଅପରାଜିତାଙ୍କ ଭାଇ ଖରାପ ବ୍ୟବହାର କରିଥିବା ସୁବାଷଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ କିଛି ଦିନ ହେବ ଛୁଟିଲେ ଥିଲେ ।

ହଠାତ ସିଡିଏ ସରକାରୀ କ୍ବାଟର୍ସରୁ ଅଚେତ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ତାଙ୍କ ବେକରେ ଏକ ଦାଗ ରହିଥିବା ଆଇନଜୀବୀ କହିଛନ୍ତି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.