କଟକ: ଶିମିଳିପାଳ ସହ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା । ହାଇକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା । ଜରୁରୀକାଳୀନ ଭିତ୍ତିରେ ଜଙ୍ଗଲକୁ ହେଲିକପ୍ଟର ଦ୍ବାରା ପାଣି ସିଞ୍ଚନ କରାଯାଉ । ଭବିଷ୍ୟତରେ ଏପରି ନ ହେବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପାଇଁ ଏଥିରେ ପ୍ରାର୍ଥନା କରାଯାଇଛି ।
ଜଙ୍ଗଲ ବିଭାଗର ପ୍ରମୁଖ ସଚିବ, ସିଏମଡି ଜଙ୍ଗଲ ବିଭାଗକୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ସୂଚନାଥାଉକି, କିଛି ଦିନ ହେବ ଶିମିଳିପାଳ ସମେତ ଅନେକ ଜଙ୍ଗଲରେ ନିଆଁ ଲାଗିଥିବାର ଖବର ସାମ୍ନାକୁ ଆସିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ